ସମସ୍ତ ଆଇପିଏଲ ଟିମର ମାଲିକଙ୍କୁ ଅହମଦାବାଦ ଡାକିଲା ବିସିସିଆଇ, ୧୬ ଏପ୍ରିଲରେ ହେବ ମିଟିଂ

ସମସ୍ତ ୧୦ଟି ଯାକ ଆଇପିଏଲ୍‌ ଟିମକୁ ୧୬ ଏପ୍ରିଲରେ ଅହମଦାବାଦରେ ଏକାଠି ହେବାକୁ କହିଛି ବିସିସିଆଇ । ଏପ୍ରିଲ ୧୬ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାଚ ସମୟରେ ଏହି ମିଟିଂ ହେବ । ବିସିସିଆଇ ଡାକିଥିବା ମିଟିଂରେ ସମସ୍ତ ଟିମର ସିଇଓ ଏବଂ ଅପରେସନାଲ ଟିମ୍‌ ରହିବା ଜରୁରୀ ।

ଆଇପିଏଲ୍‌ ୨୦୨୪ ଚାଲିଥିବା ବେଳେ ସମସ୍ତ ଆଇପିଏଲ ଟିମର ମାଲିକଙ୍କୁ ଅହମଦାବାଦକୁ ଡାକିଛି ବିସିସିଆଇ । ସମସ୍ତ ୧୦ଟି ଯାକ ଟିମକୁ ୧୬ ଏପ୍ରିଲରେ ଅହମଦାବାଦରେ ଏକାଠି ହେବାକୁ କହିଛି ବିସିସିଆଇ । ଏପ୍ରିଲ ୧୬ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାଚ ସମୟରେ ଏହି ମିଟିଂ ହେବ ।

ବିସିସିଆଇ ଡାକିଥିବା ମିଟିଂରେ ସମସ୍ତ ଟିମର ସିଇଓ ଏବଂ ଅପରେସନାଲ ଟିମ୍‌ ରହିବା ଜରୁରୀ । ତେବେ ମିଟିଂ କାହିଁକି ଡକାଯାଇଛି, ତାହା ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ ।

ଏହି ବୈଠକରେ ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନି, ସଚିବ ଜୟ ଶାହ ଏବଂ ଆଇପିଏଲ ଚେୟାରମ୍ୟାନ ଅରୁଣ ଧୁମଲ ଉପସ୍ଥିତ ରହିବେ । ମିଟିଂ ବିଷୟରେ ସମସ୍ତ ଆଇପିଏଲ ଟିମର ମାଲିକଙ୍କୁ ଆଇପିଏଲର ସିଇଓ ହେମାଙ୍ଗ ଅମିନ ଜଣାଇଛନ୍ତି ।ତେବେ ବିସିସିଆଇ ହଠାତ୍‌ ଡାକିଥିବା ମିଟିଂ ପଛରେ କିଛି ବଡ କାରଣ ରହିଥିବା ଅନୁମାନ କରାଯାଉଛି । ଏହା ପଛର କାରଣ ଲିଗ୍‌ ସହିତ ଜଡିତ ସମ୍ବନ୍ଧୀୟ କିଛି ନିୟମକୁ ନେଇ ହେବ ବୋଲି ଅନୁମାନ କରାଯାଉଛି । ଆଇପିଏଲ୍‌ ୨୦୨୫ ମେଗା ଅକ୍ସନକୁ ନେଇ ଏପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି ।

କିଛି ଆଇପିଏଲ ମାଲିକଙ୍କ କହିବା କଥା, ଖେଳାଳି ରିଟେନସନ ସଂଖ୍ୟା ଅଧିକ ହୋଇଛି । ରିଟେନ ହୋଇଥିବା ଖେଳାଳିଙ୍କ ସଂଖ୍ୟା ୪ରୁ ବଢି ୮ ଜଣରେ ପହଞ୍ଚିଛି । ସେହିପରି ଗତ ମିନି ଅକ୍ସନ ସମୟରେ ସାଲେରୀ କ୍ୟାପ୍‌ ୧୦୦ କୋଟି ପର୍ଯ୍ୟନ୍ତ ଥିଲା କିନ୍ତୁ ଏବେ ଲାଭ ହୋଇପାରେ ବୋଲି ଅନୁମାନ କରାଯାଉଛି । ଗତ ୨ ବର୍ଷ ପୂର୍ବରୁ ବିସିସିଆଇ ୪୮୩୯୦ କୋଟି ଟଙ୍କାର ଯେଉଁ ବ୍ରଡକାଷ୍ଟ ଡିଲ୍‌ କରିଥିଲା, ତାହାକୁ ନେଇ ଚର୍ଚ୍ଚା ମଧ୍ୟ ବୈଠକରେ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.