Below header

କଣ ଆପଣ ଶୀଘ୍ର ଥକି ଯାଉଛନ୍ତିକି, ତେବେ ଜାଣନ୍ତୁ ଏହା ପଛର କାରଣ

କଣ ଆପଣ ବି ଶୀଘ୍ର ଥକି ପଡୁଛନ୍ତି କି ? ଅଳ୍ପ କିଛି କାମ କଲେ ହାଲିଆ ହେଇ ଯାଉଛନ୍ତି କି ? ଆପଣଙ୍କୁ ବହୁ ସମୟରେ ଭୋକ ମଧ୍ୟ ଲାଗୁନାହିଁ ଓ କମ ସମୟ ଭିତରେ ହାଲିଆ ଲଗୁଛି | କଣ ଏହା ପଛର ପ୍ରକୃତ କାରଣ କଣ ଆପଣ ଜାଣିଛନ୍ତି ? ଏହା ପଛର ପ୍ରକୃତ କାରଣ ହେଉଛି ଆପଣଙ୍କ ଶରୀରର ଷ୍ଟାମିନା କମିବା । ଏହି ଷ୍ଟାମିନାର ପରିମାଣ ଶରୀରରେ କମ ହେଲେ ବ୍ୟକ୍ତିଙ୍କୁ ଶୀଘ୍ର ଥକ୍କା ଲାଗିଥାଏ । କିନ୍ତୁ ହୁଏତ ଏହି ଷ୍ଟାମିନା ମାନେ କଣ ଆପଣ ଜାଣି ନ ଥିବେ । ଏହା ହେଉଛି ଆପଣଙ୍କ ଶରୀରର ଅନ୍ତରୀଣ ଶକ୍ତି । ଯାହାକି ମନୁଷ୍ୟକୁ ବିଭିନ୍ନ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ । ଏହାର ଅଭାବ ହେଲେ ମଣିଷ ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ଦୁର୍ବଳ ହୋଇପଡେ । ବହୁ ଲୋକ ଷ୍ଟାମିନା ମାନେ କେବଳ ଶାରୀରିକ ଶକ୍ତି ବୋଲି ଭାବୁଥିବା ବେଳେ ମାନସିକ ଶକ୍ତି ବୃଦ୍ଧିରେ ମଧ୍ୟ ଏହାର ଆବଶ୍ୟକତା ପଡିଥାଏ । ବିଭିନ୍ନ ପୋଷାକ ତତ୍ତ୍ୱ ଭରା ଖାଦ୍ୟ ଖାଇଲେ ମଣିଷ ଶରୀରର ଷ୍ଟାମିନା ବୃଦ୍ଧି ହୋଇପାରିଥାଏ । ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ଶରୀରର ଷ୍ଟାମିନା କମ ଅଛି ବୋଲି:

-ଶିଢ଼ି ଚଢିବା ସମୟରେ ହାଲିଆ ଲାଗିବା

-ଅଳ୍ପ କିଛି ବାଟ ଚାଲିକି ଗଲେ ହାଲିଆ ଲାଗିବା

-ଅଧିକ ସମୟ ଧରି କୌଣସି କାମ ଲଗାତାର କରି ନ ପାରିବା

-ଶରୀରରୁ ଅଧିକ ଝାଳ ବୋହିବା

-ଭୋକ ନ ଲାଗିବା ଓ ଶୀଘ୍ର ନିଦ ଆସିବା

-ସମୟ ସମୟରେ ମୁଣ୍ଡ ବୁଲାଇବା

-ହାତ ପାଦରେ ଦରଜ ଅନୁଭବ କରିବା

-ତେବେ ଆସନ୍ତୁ ଜାଣିବା କେଉଁ କେଉଁ ବିଶେଷ କାରଣ ଯୋଗୁଁ ଶରୀରରେ ଏପରି ଲକ୍ଷଣ ମାନ ଦେଖାଯାଇଥାଏ ।

stamina

ଏହା ସହ ପଢନ୍ତୁ: ଘରକୁ ଦୁର୍ଭାଗ୍ୟ ଆଣିଦିଏ ଏହିସବୁ ଛୋଟ କଥା, କେବେ ବି କରନ୍ତୁ ନାହିଁ ଅଣଦେଖା

୧. କମ ଶୋଇବା: ଦିନ କୁ ଯେଉଁ ବ୍ୟକ୍ତି ଅତି କମରେ ୭ ରୁ ୮ ଘଣ୍ଟା ସୋଇନଥାନ୍ତି । ସେମାନଙ୍କ ଶରୀରର ଷ୍ଟାମିନା ସମୟ କ୍ରମେ କମିଯାଇଥାଏ ।

୨. କମ ପାଣି ପିଇବା: ଗୋଟେ ଦିନରେ ଆବଶ୍ୟକ ମୁତାବକ ପାଣି ନ ପିଇଲେ ମଧ୍ୟ ଶରୀରର ଷ୍ଟାମିନା କମିଯାଇଥାଏ । କାରଣ ଆମେ ଖାଉଥିବା ଖାଦ୍ୟ ଭଲରେ ହଜମ ହୋଇପାରିନ ଥାଏ ।

୩.କାର୍ବୋହାଇଡ୍ରେଟ କମିବା: କାର୍ବୋହାଇଡ୍ରେଟ ମଧ୍ୟ ଶରୀର ଷ୍ଟାମିନା ବୃଦ୍ଧିରେ ବିଶେଷ ଭୂମିକା ନିଭେଇ ଥାଏ । ତେଣୁ ନିଜ ଖାଦ୍ୟ ପ୍ରତି ସବୁବେଳେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ ।

୪.ଶରୀରରେ ଯଦି ଆଇରନ, ପ୍ରୋଟିନ ପରି ଜରୁରୀ ତତ୍ତ୍ୱ ଗୁଡିକ ମଧ୍ୟ ଶରୀର ଷ୍ଟାମିନା ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.