ଢ଼େଙ୍କାନାଳ: ସରକାରୀ ହସ୍ପିଟାଲରେ ବେପରୁଆ ଚିକିତ୍ସା, ରୋଗୀଙ୍କୁ ଇଞ୍ଜେକସନ୍‌ ଦେଉଛନ୍ତି ଓ୍ଵାଡେନ୍‌ ଓ ସୁଇପର୍‌

ଢ଼େଙ୍କାନାଳ(କେନ୍ୟୁଜ୍):   ସରକାରୀ ହସ୍ପିଟାଲରେ ବେପରୁଆ ଚିକିତ୍ସା। ରୋଗୀଙ୍କୁ ଇଞ୍ଜେକସନ୍‌ ଦେଉଛନ୍ତି ଓ୍ଵାଡେନ୍‌ ଓ ସୁଇପର୍‌। ଏଦୃଶ୍ୟ ହେଉଛି ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର। ମେଡିସିନ୍‌ ଓ୍ଵାର୍ଡରେ ଏଭଳି ଚିକିତ୍ସା କରାଯାଉଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଇଞ୍ଜେକସନ୍‌ ଦେଉଥିବା ମହିଳା ହସ୍ପିଟାଲର ଜଣେ ଅସ୍ଥାୟୀ କର୍ମଚାରୀ। ସେ ଜଣେ ଓ୍ଵାଡେନ୍‌ ଓ ସୁଇପର୍‌। ଏହି ଦୃଶ୍ୟ ବୟାନ କରୁଛି, ରାଜ୍ୟରେ କିଭଳି ଚାଲିଛି ଚିକିତ୍ସା ସୁବିଧା। ରୋଗୀଙ୍କ ଜୀବନ ପ୍ରତି ଏହା ଏକ ଖେଳ ନୁହେଁ ତ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.