Below header

ଆପଣଙ୍କ ତ୍ବଚାକୁ ନଷ୍ଟ କରୁଛି ଏହି ୫ ଭୁଲ୍ !

ଯେତେବେଳେ କଥା ସୌନ୍ଦର୍ୟ୍ୟର କଥା ଆସେ ସେତେବେଳେ ଅଧିକାଂଶ ଲୋକ ଇଣ୍ଟରନେଟରୁ ଟିପ୍ସ ଏବଂ ଟ୍ରିକ୍ସ ଖୋଜିବାରେ ଲାଗିପଡନ୍ତି । କିନ୍ତୁ ଜରୁରୀ ନୁହେଁ ଏହି ସବୁ ଟିପ୍ସ ଆପଣଙ୍କ କାମର ହୋଇଥିବ ଏବଂ ଲାଭଦାୟକ ହୋଇଥିବ । ତେଣୁ ଏହି ସବୁ ଟିପ୍ସ ଉପରେ ଆଖି ବନ୍ଦ କରି ବିଶ୍ବାସ କରିବା ପୂର୍ବରୁ ଜାଣିବା ଉଚିତ୍ ଯେ ଏହା ଆପଣଙ୍କ ତ୍ବଚା ଟାଇପ, ସେନ୍ସିଟିଭିଟି ଏବଂ ଟେକ୍ଚରକୁ ଧ୍ୟାନରେ ରଖି ଲେଖାଯାଇଛି କି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ତ୍ବଚା ସମ୍ବନ୍ଧୀୟ ଏମିତି କିଛି ଭୁଲ୍ ବିଷୟରେ ଜଣାଇବୁ ଯାହା ଆପଣ ଅଜାଣତରେ କରିଥାନ୍ତି । ଏବଂ ଯାହା ଆପଣଙ୍କ ତ୍ବଚାକୁ କ୍ଷତି ପହଚାଂଇଥାଏ ।

ଏକ୍ସପାଏରୀ ଡେଟ୍ ନପଢିବା ଅଭ୍ୟାସ :
ଯେତେବେଳେ କୌଣସି ସୌନ୍ଦର୍ୟ୍ୟ ସାମଗ୍ରୀ କିଣୁଛନ୍ତି ସେତେବେଳେ ସେତେବେଳେ ଏକ୍ସପାଏରୀ ଡେଟ୍ ନିଶ୍ଚିତ ଭାବରେ ଚେକ୍ କରନ୍ତୁ । ଖାସ୍ କରି ସ୍କିନ୍ କେୟାର୍ ପ୍ରଡକ୍ଟରେ ଆକ୍ଟିଭ୍ ଇନଗ୍ରେଡିଏଂଟ୍ ଥାଏ ଯାହା ଠିକ୍ କରାଯାଇଥିବା ସମୟ ପରେ ଖରାପ ହେବାକୁ ଲାଗିଥାଏ । ଏଭଳି ପ୍ରଡକ୍ଟକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ ।

ମେକଅପ୍ ଛଡାଇବାକୁ କଷ୍ଟକର କାମ ବୋଲି ଭାବିବା :
ଯେବେ ବି ମେକଅପ୍ ଲଗାଉଛନ୍ତି ତାକୁ ଛଡାଇବାକୁ ଭୁଲନ୍ତୁ ନାହିଁ । ଯଦି ଆପଣ ଆପଣଙ୍କ ମେକଅପ୍ ଛଡାଉନାହାଁନ୍ତି ତେବେ ରାତି ଯାକ ଆପଣଙ୍କ ତ୍ବଚା ତାକୁ ଟାଣିବାକୁ ଲାଗିଥାଏ । ଆଉ ଫଳ ବ୍ରଣ ଏବଂ ଶୁଷ୍କତା ।

ଅନ୍ଧ ଭକ୍ତ ହେବା :
ଇଣ୍ଟରନେଟ୍ ଆମ ପାଇଁ ଅନେକ କବାଟ ଖୋଲିଦେଇଛି ହେଲେ ଠିକ୍ କବାଟ ଖୋଲିବା ଜରୁରୀ । ଯେବେ ଆପଣ ଦେଖନ୍ତି ଆପଣଙ୍କ ପ୍ରିୟ ତାରକା କୌଣସି ପ୍ରଡକ୍ଟର ବିଜ୍ଞାପନ କରୁଛନ୍ତି ତେବେ ଆପଣ ତୁରନ୍ତ ସେହି ପ୍ରଡକ୍ଟକୁ କିଣିବା ପାଇଁ ମନ କରିଦିଅନ୍ତି । କିନ୍ତୁ କୌଣସି ବି ନୂଆ ପ୍ରଡକ୍ଟ କିଣିବା ଆଗରୁ ଭଲ ଭାବରେ ଯାଂଚ କରନ୍ତୁ । ସାମ୍ପୁଲ୍ ନେଇ ତାକୁ ଆଗ ତ୍ବଚାରେ ଟ୍ରାଏ କରନ୍ତୁ । ଯଦି ତ୍ବଚାକୁ ସୁଟ୍ କରେ ତେବେ ବ୍ୟବହାର କରନ୍ତୁ ।

ତ୍ବଚା ସମ୍ବନ୍ଧୀୟ ସମସ୍ୟାକୁ ଅଣଦେଖା କରିବା :
ଯଦି କଥା ସ୍କିନର ଆସେ ତେବେ କିଛି ବି ଅଣଦେଖା କରିବା ଠିକ୍ ନୁହେଁ । ଅନେକ ସମୟରେ ଆମେ ବ୍ରଣ କିମ୍ବା ଅନ୍ୟ କୌଣସି ତ୍ବଚା ସମ୍ବନ୍ଧୀୟ ସମସ୍ୟା ହେଲେ ଆମେ ସମୟ ସହ ଠିକ୍ ହୋଇଯିବ ଭାବି ଅଣଦେଖା କରିଦେଉ । କିନ୍ତୁ ଏଭଳି କରିବା ଠିକ୍ ନୁହେଁ । ଯଦି ଏସବୁକୁ ଅଣଦେଖା କରିବେ ତେବେ ଆଗକୁ ଯାଇ ତ୍ବଚା ଅଧିକ ଖରାପ ହୋଇପାରେ । ତ୍ବଚା ସମ୍ବନ୍ଧୀୟ କୌଣସି ବି ସମସ୍ୟା ଦୁଇ ତିନି ସପ୍ତାହରୁ ଅଧିକ ରହିଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

ବିଉଟି ପ୍ରଡକ୍ଟ ପଛରେ ଦୌଡିବା :
କୌଣସି ବିଉଟି ପ୍ରଡକ୍ଟ ବଜାରକୁ ଆସିଲେ ଅଧିକାଂଶ ଲୋକ ସାଙ୍ଗେ ସାଙ୍ଗେ ତାକୁ କିଣି ନିଅନ୍ତି । ଗୋଟିଏ ସପ୍ତାହ ମଧ୍ୟରେ କାମ ନକଲେ ତାକୁ ଛାଡି ଦିଅନ୍ତି ଏବଂ ଆଉ ଏକ ନୂଆ ପ୍ରଡକ୍ଟ କିଣି ନିଅନ୍ତି । କିନ୍ତୁ ଏପରି କରିବା ଠିକ୍ ନୁହେଁ । କାରଣ ସ୍କିନ୍ ସେଲକୁ ରିଜେନେରେଟ୍ ହେବାକୁ ଅତି କମରେ ଗୋଟିଏ ମାସ ସମୟ ଲାଗିବ । ତେଣୁ କୌଣସି ପ୍ରଡକ୍ଟକୁ ଗୋଟିଏ ସପ୍ତାହ ବ୍ୟବହାର କରି ଫଳ ଆଶା ନକରି ଅନ୍ତତଃ ଗୋଟିଏ ମାସ ଅପେକ୍ଷା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.