Below header

ଜୀବନ ଦେବାକୁ ଝଡାଫୁଙ୍କା, ହେଲେ ଉଠିଲାନି ଶବ

ବାଲେଶ୍ୱର : ସାଙ୍ଘାତିକ ଅନ୍ଧବିଶ୍ୱାସ। ସାପ କାମୁଡା ପାଇଁ ଝଡାଫୁଙ୍କା। ଗୋଟିଏ ନୁହେଁ ରାଜ୍ୟର ଦୁଇ ଦୁଇଟି ସ୍ଥାନରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ମୃତ ଲୋକଙ୍କୁ ବଞ୍ଚାଇବା ପାଇଁ କାନରେ ଚାଲିଛି ମନ୍ତ୍ରଫୁଙ୍କା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପୀମହନପୁର ପଞ୍ଚାୟତ ମହିଷାମୁଣ୍ଡା ଗାଁର ସିଦ୍ଧେଶ୍ୱର ଜେନାଙ୍କୁ ଏକ ସାପ କାମୁଡି ଦେଇଥିଲା। ପରିବାରଲୋକେ ତାଙ୍କୁ ଜଳେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ପରିବାରଲୋକେ ଏହାକୁ ଗ୍ରହଣ କରିପାରିନଥିଲେ। ସିଦ୍ଧେଶ୍ୱରଙ୍କୁ ବଞ୍ଚାଇବା ପାଇଁ ଗୁଣିଆର ସହାୟତ ନେଇଥିଲେ। ଚାଲିଥିଲା ଝଡଫୁଙ୍କା। ହେଲେ କିଛି ସମୟ ପୂଜା ପରେ ଗୁଣିଆ ମଧ୍ୟ ସିଦ୍ଧେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.