Below header

ଇଶ୍ବରଙ୍କ ହାତରେ ଗୋଲଡେନ୍ ବ୍ରିଜ୍ : ବିଶ୍ବର ସବୁଠାରୁ ଆକର୍ଷଣୀୟ ରଚନା

ଭଗବାନ୍ ଆମକୁ ଅନେକ ଦୁର୍ଲଭ ଉପହାର ଦେଇଛନ୍ତି । ଆଉ ଏଥିରୁ ପ୍ରେରଣା ନେଇ ଅନେକ ସମୟରେ ମଣିଷ ଏପରି କିଛି ରଚନା କରିଥାଏ ଯାହାର ପ୍ରଶଂସା ଇଶ୍ବର ମଧ୍ୟ ନକରି ରହିପାରିବେନି । ମନୁଷ୍ୟର କଳ୍ପନା , ପରିଶ୍ରମ ଏବଂ ସୃଜନଶୀଳତାର ଏଭଳି ଏକ ଅନନ୍ୟ ଉଦାହରଣ ହେଉଛି ଭିଏତନାମର ଗୋଲଡେନ୍ ବ୍ରିଜ୍ । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ଦେଖିଲେ ଲାଗୁଛି ଭଗବାନ୍ ନିଜେ ଏହି ବ୍ରିଜକୁ ସାହାରା ଦେଇ ଉଠାଇଛନ୍ତି । ସେଥିପାଇଁ ଏହାର ନାଁ ରହିଛି “Hands Of God” ।

ପଥରରେ ତିଆରି ଏହି ହାତର ଅଦଭୂତ କାରିଗରୀ ଏବଂ କଳାକୁ ଦେଖିଲେ ଜୀବନ୍ତ ପ୍ରତ୍ଯୟ ହୁଏ । ଏହାର ସୌନ୍ଦର୍ୟ୍ୟକୁ ଦେଖିବା ପାଇଁ ଯାଉଥିବା ଲୋକ କିଛି ସମୟ ଅଟକି ଯାଏ । ଯେଉଁଥିପାଇଁ ମଧ୍ୟ ଭିଏତନାମର ଦ ନାଙ୍ଗରେ ଥିବା ଏହି ଗୋଲଡେନ୍ ବ୍ରିଜକୁ ଦେଖିବା ପାଇଁ ବହୁ ଦୂରରୁ ଲୋକ ଆସିଥାନ୍ତି ।

ସମୁଦ୍ର ସ୍ତରରୁ ୧୪୦୦ ମିଟର ଉପର ଏବଂ ୧୫୦ ମିଟର ଲମ୍ବା ପୋଲରୁ ପାହାଡ ଏବଂ ଜଙ୍ଗଲର ସୌନ୍ଦର୍ୟ୍ୟ ଉପଭୋଗ କରିହୁଏ । ଯାହା ଲୋକମାନଙ୍କ ନିଜ ଆଡକୁ ଆକର୍ଷିତ କରିଥାଏ । ପ୍ରକୃତି କୋଳରେ ଇଶ୍ବରଙ୍କ ହାତରେ ଥିବାର ପ୍ରତୀତ ହୁଏ ଏହି ବ୍ରିଜ୍ । ଯାହା ଏକ ରୋମାଂଚକ ଆନନ୍ଦ ଦେଇଥାଏ ।

ହାତଟିକୁ ପଥରର ରଙ୍ଗରେ ରଙ୍ଗାଯାଇଛି । ଯାହା ପାହାଡର ଚଟାଣରୁ ବାହାରିଥିବା ଜଣାପଡୁଛି । ତେବେ ଏହି ହାତଟି ଖୁବ୍ ମଜଭୂତ । ଯାହା ଷ୍ଟିଲ୍ ମେଶ ଏବଂ ଫାଇବର୍ ଗ୍ଲାସରେ ତିଆରି କରାଯାଇଛି । ଏହା ସହ ଏହି ହାତରେ କୃତିମ ଘାସ ମଧ୍ୟ ଲଗାଯାଇଛି ଯାହା ନିକଟରେ ଥିବା ଜଙ୍ଗଲର ଏକ ଅଂଶ ଭଳି ଦେଖାଯାଉଛି । ଗତ ବର୍ଷ ଏହି ବ୍ରିଜକୁ ଦେଖିବା ପାଇଁ ୨.୫ କୋଟି ପର୍ୟ୍ୟଟକ ଆସିଥିଲେ । ଆଉ ଚଳିତ ବର୍ଷ ଏହି ସଂଖ୍ୟା ଅଧିକ ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.