ଶୀତଦିନେ ଅଧିକ କ୍ରିମ୍‌ ବ୍ୟବହାର ଯୋଗୁ ମୁହଁ କଳା ପଡ଼ୁଥିଲେ, ଆପଣାନ୍ତୁ ଏହି ଘରୋଇ ଉପଚାର

ଶୀତଦିନେ ରୁକ୍ଷ ତ୍ୱଚା ସମସ୍ୟାରୁ ମୁକ୍ତି ପାଇବାକୁ ଲୋକମାନେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହା ତ୍ୱଚାକୁ କିଛି ସମୟ ପାଇଁ ମୁଲାୟମ ରଖୁଥିଲେ ମଧ୍ୟ ପ୍ରାକୃତିକ ଚମକ କମାଇଦିଏ। ଅଧିକାଂଶ ଲୋକଙ୍କ ଚେହେରା ଶୀତଦିନେ କଳା ପଡ଼ିଯାଏ। ଏଭଳି ସ୍ଥିତିରେ ଆପଣ ଚାହିଁଲେ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କେମିତି…

ମୁହଁର କଳାପଣ ଦୂର କରିବାକୁ ଆପଣ ଆଳୁ ବ୍ୟବହାର କରିପାରିବେ। ଆଳୁକୁ ନିୟମିତ ମୁହଁରେ ଘଷିବା ଦ୍ୱାରା ତ୍ୱଚାର କଳାପଣ ଦୂର ହୋଇଥାଏ।

ତ୍ୱଚାକୁ ଚମକଦାର କରିବାରେ କଦଳୀ ମଧ୍ୟ ସାହାଯ୍ୟ କରେ। କଦଳୀରେ କ୍ଷୀର ମିଶାଇ ମିକ୍ସ କରିଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ମିନିଟ୍‌ ରଖନ୍ତୁ। ତା’ପରେ ଧୋଇ ଦିଅନ୍ତୁ। ୨ ସପ୍ତାହ ପରେ ରେଜଲ୍ଟ ଦେଖିପାରିବେ।

ଚାଉଳ ମଧ୍ୟ ମୁହଁର କଳାପଣ ଦୂର କରେ। ଚାଉଳ ଗୁଣ୍ଡରେ କ୍ଷୀର, ମହୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ୧୦-୧୫ ମିନିଟ୍‌ ପାଇଁ ମୁହଁରେ ଲଗାଇ ରଖନ୍ତୁ। ତା’ପରେ ଧୋଇ ଦିଅନ୍ତୁ।

ଲେମ୍ବୁ ମୁହଁର ଉଜ୍ୱଳତା କମାଉଥିବା ବେଳେ ଏଥିରେ ଯଦି ଗୋଲାପ ଜଳ ମିଶାଇବେ ତେବେ ଏହା ତ୍ୱଚାକୁ ଥଣ୍ଡା ରଖେ। ଏଥିପାଇଁ ଉଭୟକୁ ସମାନ ମାତ୍ରାରେ ମିଶାଇ ମୁହଁରେ ଲଗାନ୍ତୁ। ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।

ବେକିଂ ସୋଡ଼ା ପେଷ୍ଟକୁ ମୁହଁରେ ଲଗାଇ ମଧ୍ୟ ଆପଣ ତ୍ୱଚାର କଳାପଣ ଦୂର କରିପାରିବେ। ତେବେ ଧ୍ୟାନ ରଖନ୍ତୁ ୧୦ ମିନିଟ୍‌ରୁ ଅଧିକ ସମୟ ରଖିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.