ମାଲକାନଗିରି ସପ୍ତଧାରା ଗାଁର ବିକ୍ରି ଶିଶୁପୁଅକୁ ଖୋଜି ବାହାର କଲା ପ୍ରଶାସନ

ମାଲକାନଗିରି :ବିକ୍ରି ଶିଶୁ ପୁଅକୁ ଖୋଜି ବାହାର କଲା ପ୍ରଶାସନ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀର ସପ୍ତଧାରା ଗାଁରେ ଗତ କିଛି ଦିନ ତଳେ ଶିଶୁବିକ୍ରି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଦାରିଦ୍ର୍ୟର ତାଡନାରେ ନିଜର ଚାରି ମାସର ଛୁଆକୁ ବିକ୍ରି କରି ମଧ୍ୟ ପରିବାରର ପୋଷଣ କରିନପାରି ଶେଷରେ ସୋମନାଥ ଆତ୍ମହତ୍ୟା କରିଥିଲେ।

ଏହି ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇ ପତ୍ନୀ କୁନି ହନ୍ତାଳ ଏବଂ ପରିବାରକୁ ଉଦ୍ଧାର କରିଥିଲା। ତେବେ ଚାରି ମାସର ଶିଶୁର ବିକ୍ରି ନେଇ କୌଣସି ଖୋଜ ଖବର ପାଇପାରିନଥିଲା ପ୍ରଶାସନ। ଦୀର୍ଘ ଦିନ ପରେ ମଧ୍ୟ କୁଡୁମୁଲୁଗୁମ୍ମାରୁ ତହସିଲଦାରଙ୍କ ଉପସ୍ଥିତିରେ ବିକ୍ରି ଶିଶୁକୁ ଉଦ୍ଧାର କରାଯାଇଛି।

ଶିଶୁ ସୁରକ୍ଷା ଅଧିକାରୀ ଶିଶୁ ଉଦ୍ଧାର ନେଇ ସୂଚନା ଦେବା ସହ ତାକୁ ମେଡିକାଲରେ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପରେ ଶିଶୁକୁ କେଉଁଠି ରଖାଯିବ ସେନେଇ ନିଷ୍ପତ୍ତି ନିଆଯିବ। ଏନେଇ ଓର୍କେଲ ଥାନାରେ ଏତଲା ଦାୟର ହୋଇଥିବା ଜଣାପଡିଛି। ପୂର୍ବରୁ କିସ ଅନୁଷ୍ଠାନ ପକ୍ଷରୁ ସୋମନାଥଙ୍କ ଚାରି ପିଲାଙ୍କ ପାଠପଢା ସହ ସବୁ ଭଲମନ୍ଦ ବୁଝିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.