ଶୀତ ଦିନେ ଦାଗ ବିହିନ ସୁନ୍ଦର ତ୍ୱଚ୍ଚା ପାଇବାକୁ ହେଲେ ଲଗାନ୍ତୁ ଧଣିଆ ପତ୍ରର ଫେସ ପ୍ୟାକ୍‌, ଜାଣନ୍ତୁ କେମିତି କରିବେ ବ୍ୟବହାର

ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ଧନିଆ ରହିଥାଏ । ଏହା ଚଟପଟି ଚଟଣୀ ତିଆରି କରିବା କାମରେ ଆସିଥାଏ । ଏଥିସହିତ ଏହା ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଧନିଆ ପତ୍ରରେ ବହୁତ ମାତ୍ରାରେ ଭିଟାମିନ ସି, ଏଣ୍ଟିଅକ୍ସିଡାଣ୍ଟ, ଫୋଲେଟ ଓ ବେଟାକାରେଟିନ ମିଳିଥାଏ । ଯାହାକି ଚର୍ମକୁ ନରମ ଓ ଦାଗବିହିନ କରିଥାଏ । ଏଥିରେ ଥିବା ଅଧିକ ମାତ୍ରାରେ ଏଣ୍ଟିଅକ୍ସିଡାଣ୍ଟ ତ୍ୱଚ୍ଚାକୁ ଚମକ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଧଣିଆର ବ୍ୟୁଟି ଟିପ୍ସ ସମ୍ପର୍କରେ ।

ଦୁଧ ଓ ଧନିଆ ପତ୍ର ଫେସ ପ୍ୟାକ୍‌

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁଧ ଓ ଧଣିଆ ର ଫେସ ପ୍ୟାକ୍‌ ଚର୍ମର ବହୁତ ଅସୁବିଧା ଦୂର କରିଥାଏ । ଏହି ଫେସ ପ୍ୟାକ୍‌କୁ ତିଆରି କରିବା ପାଇଁ ପ୍ରଥମେ ଧନିଆ ପତ୍ରକୁ ଦୁଧ ସହ ମିଶାଇ ଗ୍ରାଇଣ୍ଡରରେ ପେସ୍ତ ତିଆରି କରନ୍ତୁ । ଏହି ପେଷ୍ଟରେ ମହୁ ଓ ଲେମ୍ବୁ ମିଶାଇ ଦିଅନ୍ତୁ ଓ ଏହାପରେ ଏହାକୁ ତ୍ୱଚ୍ଚାରେ ଲଗାନ୍ତୁ । ଏହା ଚର୍ମ ଉପରେ ଜମିଥିବା ଡେଡ ସେଲ୍ସକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଚର୍ମକୁ ସଫା କରି ଉଜ୍ଜଳ କରିଥାଏ ।

corrinder-

ଧଣିଆ ମଞ୍ଜିରେ ବନାନ୍ତୁ ଫେସ ପ୍ୟାକ୍‌

ଚେହେରାକୁ ଡିପ କ୍ଲିନ କରିବା ପାଇଁ ଆପଣ ଧନିଆ ମଞ୍ଜିକୁ ସ୍କ୍ରବ ଭାବରେ ବ୍ୟବହାର କରିପାରିବେ । ପ୍ରଥମେ ଧନିଆକୁ ହାଲକା ଗୁଣ୍ଡ କରନ୍ତୁ । ଏଥିରେ ଲେମ୍ବୁ ରସ ଓ ମହୁ ମିଶାଇ ଚେହେରାରେ ଲଗାନ୍ତୁ । ଏହାପରେ ଚେହେରାକୁ ହାଲକା ଭାବେ ସ୍କ୍ରବ କରନ୍ତୁ । ଏହା ଆପଣଙ୍କ ଦାଗରହିତ ଉଜ୍ଜଳ ତ୍ୱଚ୍ଚା କରିବାରେ ସାହାଯ୍ୟ କରିବ । ୫ ମିନିଟ ସ୍କ୍ରବ କରିବା ପରେ ଅଳ୍ପ ଉଷୁମ ପାଣିରେ  ଧୁଅନ୍ତୁ । ଏହା ବ୍ଳାକ ହେଡ୍ସ ସଫା କରିବାରେ ସାହାଯ୍ୟ କରିଥାଏ ।

ଧନିଆ ଓ ଏଲୋଭେରା

ବତୁରି ଥିବା ଧଣିଆକୁ ଗ୍ରାଇଣ୍ଡ କରି ଏଥିରେ ଏଲୋଭେରା ମିଶାନ୍ତୁ । ଏହାପରେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ । ୨୦ ମିନିଟ ପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହା ଶୀତରେ ତ୍ୱଚ୍ଚାକୁ ଦାଗହିନ ଓ ଉଜ୍ଜଳ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.