Below header

ଚାଣକ୍ୟ ନୀତି : ଯୁବାବସ୍ଥାରେ କରିଥିବା ଭୁଲ ସାରା ଜୀବନ କଷ୍ଟ ଦେଇଥାଏ, ଏଥିରୁ ରକ୍ଷା ପାଇଁ ଏହି କଥା ଧ୍ୟାନ ରଖନ୍ତୁ

ଚାଣକ୍ୟଙ୍କ ନୀତି ଅନୁସାରେ ଯୁବାବସ୍ଥା ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇାଥାଏ । ଏହା ଜୀବନର ମହତ୍ୱପୂର୍ଣ୍ଣ ଅବସ୍ଥା ଯେଉଁଠି ବ୍ୟକ୍ତି ତା’ର କ୍ୟାରିଅର ଦିଗ ଓ ଅବସ୍ଥା ସ୍ଥିର କରିଥାଏ । ତେଣୁ ଆଚାର୍ଯ୍ୟ ଚାଣକ୍ୟ ଯୁବାବସ୍ଥାକୁ ବହୁତ ମହତ୍ୱପୂର୍ଣ୍ଣ କହିଛନ୍ତି । ଯେଉଁ ବ୍ୟକ୍ତି ଯୁବାବସ୍ଥାରେ ସତର୍କ ଓ ଗମ୍ଭୀର ହୋଇଥାଏ ସେ ଜୀବନରେ ଅପାର ସଫଳତା ପାଇଥାଏ । ଏପରି ଲୋକଙ୍କୁ ଭବିଷ୍ୟତରେ ପ୍ରତିଷ୍ଠା ଓ ମା’ ଲକ୍ଷ୍ମୀଙ୍କର ଆଶିର୍ବାଦ ମିଳିଥାଏ ।

ସେହି ଯୁବାବସ୍ଥାରେ ମଧ୍ୟ ବ୍ୟକ୍ତି ଭୁଲ ବାଟରେ ଚାଲିଯାଇଥାଏ । ଫଳରେ ସାରା ଜୀବନ ମନସ୍ତାପରେ ଗତି କରିଥାଏ । ଯଦି ଯୁବାବସ୍ଥାରେ ଚାଣକ୍ୟଙ୍କ ଏହି କଥାକୁ ଧ୍ୟାନ ଦେବେ ତେବେ କେବେ ବି ପଶ୍ଚାତାପ କରିବାକୁ ପଡ଼ିବ ନାହିଁ । ତେଣୁ ଚାଣକ୍ୟଙ୍କ ଏହି କଥାକୁ ଧ୍ୟାନ ଦିଅନ୍ତୁ ।

ଆତ୍ମ ବିଶ୍ୱାସ ସୃଷ୍ଟି କରନ୍ତୁ :

ଚାଣକ୍ୟ ନୀତି ଅନୁସାରେ କିଛି ବି ଲକ୍ଷ୍ୟ ପ୍ରାପ୍ତ ପାଇଁ ଆତ୍ମ ବିଶ୍ୱାସ ବବୁଠୁ ଜରୁରୀ । ଯେଉଁ ଲୋକଙ୍କ ପାଖରେ ଆତ୍ମ ବିଶ୍ୱାସ କମ ଥାଏ ସେ ଯେତେ ବି ପ୍ରତିଭାଶାଳୀ ହୁଅନ୍ତୁ ପଛରେ ରହି ଯାଇଥାନ୍ତି । ଆତ୍ମ ବିଶ୍ୱାସ ଜ୍ଞାନ, ଅନୁଭବ ଓ ସଂସ୍କାରରୁ ସୃଷ୍ଟି ହୋଇଥାଏ ।

ଅନୁଶାସନ :

ଯୁବାବସ୍ଥାରେ ଅନୁଶାସନ ଅତ୍ୟନ୍ତ ଆବଶ୍ୟକ ବୋଲି ଚାଣକ୍ୟ କୁହନ୍ତି । ଅନୁଶାସନ ବଞ୍ଚିବାର କଳାକୁ ଶିଖାଇଥାଏ । ଯାହାର ଜୀବନରେ ଅନୁଶାସନ ନଥାଏ ସେ ଭବିଷ୍ୟତରେ କଷ୍ଟ ପାଇଥାଏ । ଯୁବାବସ୍ଥାରେ କଠୋର ଅନୁଶାସନର ପାଳନ କରିବା ଉଚିତ୍‌ । ପ୍ରତ୍ୟେକ କାର୍ଯ୍ୟକୁ ସମୟ ପୂର୍ବରୁ ସମାପ୍ତ କରିବା ଉଚିତ୍‌ । ଜୀବନରେ ବଡ଼ ଲକ୍ଷ୍ୟ ପାଇବାକୁ ହେଲେ ଅନୁଶାସନ ନିହାତି ଆବଶ୍ୟକ ।

ନିଶାଭ୍ୟାସ କେବେ ବି କରନ୍ତୁନି :

ଜୀବନ ବହୁତ ଅମୂଲ୍ୟ, ତେଣୁ ଏହାର ମହତ୍ୱ ଜାଣିବା ଉଚିତ୍‌ । ଯୁବାବସ୍ଥାରେ ଭୁଲ ଆଦତ ମଧ୍ୟ ଶୀଘ୍ର ଆକର୍ଷିତ କରିଥାଏ । ଏହା ମଧ୍ୟରେ ନିଶାଭ୍ୟାସ ମଧ୍ୟ ଗୋଟିଏ । ନିଶା ଏପରି ଏକ କାର୍ଯ୍ୟ ଯାହା ଶରୀର, ମନ ଓ ଧନକୁ ନଷ୍ଟ କରିଥାଏ । ତେଣୁ ଏହାଠାରୁ ବଞ୍ଚିବା ନିହାତି ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.