ପନୀର ଦହି ଟିକ୍କି ସହ ବନାନ୍ତୁ ଆପଣଙ୍କ ବ୍ରେକଫାଷ୍ଟ ଚଟପଟା ଓ ମଜାଦାର

ଘରେ ବହୁ ପ୍ରକାର ସ୍ନାକ୍ସ ତିଆରି କରାଯାଏ । ହେଲେ ପ୍ରତିଦିନ କ’ଣ ତିଆରି ହେବ ଏନେଇ ମୁଣ୍ଡ ବିନ୍ଧା ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପନୀର ଦହି ଟିକ୍କି
ବନାଇବାର ରେସେପି । ଏହାର ଚଟ୍‌ପଟା ଓ ମଜାଦାର ସ୍ୱାଦ ବ୍ରେକ୍‌ଫାଷ୍ଟକୁ ବହୁତ ଟେଷ୍ଟୀ ବନାଇଥାଏ । ଏହା କମ ସମୟରେ ତିଆରି ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଧି ।

ଆବଶ୍ୟକୀୟ ସାମଗ୍ରୀ

ପନୀର – ୨୦୦ ଗ୍ରାମ୍‌

ଗାଜର – ୨ କପ୍‌

ପିଆଜ – ୩/୪ ଟି

କର୍ଡ – ୧ କପ୍‌

ଅଦା – ଏକ ଟୁକୁଡା

ଧନିଆ ପାଉଡର – ୧ ଚାମଚ

ଲାଲ୍‌ ଲଙ୍କା ପାଉଡର – ୧ ଚାମଚ

ହଲଦୀ – ୧/୨ ଚାମଚ

ଲୁଣ – ସ୍ୱାଦ ଅନୁସାରେ

ଚାଟ୍‌ ମସଲା – ୧ ଚାମଚ

ବ୍ରେଡ କମ୍ବସ୍‌ – ୨ କପ୍‌

ପ୍ରସ୍ତୁତି ବିଧି

ସର୍ବ ପ୍ରଥମେ ପନୀରକୁ ଟିକ୍‌ ଟିକ୍‌ କରିଦିଅନ୍ତୁ । ଏହାପରେ ଗାଜର, ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ର କାଟି ଦିଅନ୍ତୁ ।

ଏକ ପାତ୍ରରେ କଟାଯାଇଥିବା ପନୀର, କଞ୍ଚା ଲଙ୍କା, ଗାଜର, ପିଆଜ, ଦହି, ଧନିଆ ପତ୍ର,ଧନିଆ ପାଉଡର, ଅଦା, ଲାଲ ଲଙ୍କା ପାଉଡର,ହଳଦୀ,ଲୁଣ, ଚାଟ ମସଲା ଓ ବ୍ରେଡ୍‌ କମ୍ବସ ମିଶାନ୍ତୁ ।

ଏହାପରେ ସବୁ ସାମଗ୍ରୀକୁ ଭଲ ଭାବେ ମିଶାନ୍ତୁ ।

ମିଶାଇବା ପରେ ମିଶ୍ରଣକୁ ୫ ମିନିଟ ପାଇଁ ରଖି ଦିଅନ୍ତୁ ।

୫ ମିନିଟ ପରେ ହାତରେ ତେଲ ମାରି ମିଶ୍ରଣକୁ ଗୋଲ କରି ଟିକ୍କା ବନାନ୍ତୁ ଓ ଏହାକୁ ଏକ ପ୍ଲେଟରେ ରଖନ୍ତୁ ।

ଏକ ପ୍ୟାନ୍‌ରେ ତେଲ ଗରମ କରି ଟିକ୍କାକୁ ଗୋଟିଏ ଗୋଟିଏ କରି ଫ୍ରାଏ କରନ୍ତୁ ।

ବ୍ରାଉନ ହେବା ପରେ ଟିକ୍କାକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ ।

ଏବେ ଆପଣଙ୍କ ପନୀର ଟିକ୍କି ପ୍ରସ୍ତୁତ । ଟମାଟୋ ସସ୍‌ ବା ଧନିଆ ଚଟଣୀ ସହ ଏହାକୁ ପରଶନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.