ମମିତା ମେହେର ହତ୍ୟା ଘଟଣା: ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ବହୁଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ୨ଜଣ ଗିରଫ। ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତୀ ଚନ୍ଦନଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ଥାନା ପୋଲିସ। ସାକ୍ଷୀମାନଙ୍କୁ ପ୍ରଲୋଭିତ କରିବା ଓ ଧମକାଇବା ଅଭିଯୋଗରେ ଗିରଫ କରାଯାଇଛି।

ଗତକାଲି ରାତିରେ ପୋଲିସ ଏହି ଦୁଇଜଣଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।