Below header

ପୁଣି ସେଲଫି, ପୁଣି ଅଘଟଣ : ଝିଅଟି ତେଲ ଟ୍ୟାଙ୍କର ଉପରେ ଚଢ଼ି ନେଉଥିଲା ସେଲଫି

ଖୋର୍ଦ୍ଧା (କେନ୍ୟୁଜ୍‌) : ଇଏ ସାହସ ନୁହେଁ ଦୁଃସାହସ ଥିଲା । ଝିଅଟି ସେଲଫି ନେବା ପାଇଁ ରେଳ ଷ୍ଟେସନ୍‌ରେ ଥିବା ତେଲ ଟ୍ୟାଙ୍କର ଉପରେ ଚଢ଼ିଗଲା । ହେଲେ ପାଦ ଖସିଗଲା ଆଉ ପଡ଼ିଯିବା ବେଳକୁ ଆଶ୍ରା ପାଇଁ ଧରି ପକାଇଲା ପାଖରେ ଥିବା ବିଦ୍ୟୁତ୍‌ ତାରକୁ । ଆଉ ସେହି ବିଦ୍ୟୁତ୍‌ ତାର ହିଁ କାଳ ହେଲା । ଏବେ ଗୁରୁତର ଆଘାତ ପାଇ ଝିଅଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ନରଣଗଡ ରେଳ ଷ୍ଟେସନ ନିକଟରେ । ମଳିପଡ଼ାର ବିଜୁଳି ସାହୁଙ୍କ ଝିଅ ସିପ୍ରା ସାହୁ ତାଙ୍କ ସାଙ୍ଗମାନଙ୍କ ସହ ମର୍ଣ୍ଣିଂୱାକ୍‌ରେ ଯାଇଥିବା ବେଳେ ଷ୍ଟେସନ୍‌ରେ ଥିବା ତେଲ ଟ୍ୟାଙ୍କର ଉପରେ ଚଢ଼ି ନିଜ ମୋବାଇଲ୍‌୍‌ରେ ସେଲ୍ଫି ନେଉଥିଲେ। ଏହି ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ ଖସି ଗଲା । ତେଣୁ ତଳେ ପଡ଼ିଯିବା ପୂର୍ବରୁ ସେ ପାଖରେ ଥିବା ଏକ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାରକୁ ଧରି ପକାଇଲେ। ଆଉ ବିଦ୍ୟୁତ୍ ଆଘାତରେ ତାଙ୍କର ଶରୀର ପୋଡ଼ିଗଲା । ସେ ଗୁରୁତର ହୋଇ ଖସି ପଡ଼ିଥିଲେ। ସୂଚନା ଅନୁସାରେ ସିପ୍ରାଙ୍କ ଶରୀରର ଅଶିଭାଗ ପୋଡି ଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି। ଏବେ ବିଜୁଳିଙ୍କ ଘରେ କାନ୍ଦ ବୋବାଳି ପଡ଼ିଛି ।

ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ବିପଜ୍ଜନକକ ସ୍ଥାନରେ ସେଲଫି ନେଇ ବିପଦକୁ ଡାକି ଆଣୁଛନ୍ତି ଯୁବପିଢ଼ି। କେେ କେତେ ଘଟଣା ପରେ ପିଲାମାନେ ଆଉ ଚେତିବେ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.