ଏବେ କରୋନାକୁ ମାତ ଦେବ ମାଉଥ ୱାସ : ବିଶେଷଜ୍ଞଙ୍କ ଦାବି

ନିକଟରେ ହୋଇଥିବା ଏକ ରିସର୍ଚରୁ ଜଣାଯାଇଛିଯେ ମାରାତ୍ମକ କରୋନା ଭାଇରସକୁ ନଷ୍ଟ କରିବାର କ୍ଷମତା ମାଉଥ ୱାସର ରହିଛି | ଏକ ଅନ୍ତରାଷ୍ଟ୍ରୀୟ ଦଳ ଦ୍ୱାରା ହୋଇଥିବା ଏକ ରିସର୍ଚ ରିପୋର୍ଟରୁ ପ୍ରକାଶ ପାଇଛିଯେ, ଶରୀରରର ସେଲ୍ସ ଗୁଡିକୁ କ୍ଷତି ପହଂଚାଇବା ପୂର୍ବରୁ ହିଁ ମାଉଥ ୱାସ ସେଗୁଡିକୁ ନଷ୍ଟ କରି ଦେବ । ଅକସଫୋର୍ଡ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶ ପାଇଥିବା ମ୍ୟାଗାଜିନରେ ହିଁ ଏହି ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏହି ରିସର୍ଚକୁ ନାର୍ତିଘାମ, କୋଲୋରାଡୋ, ଓତାଵା, ବର୍ଷୀଲୋନା ପରି ୟୁନିଭର୍ସିଟି ମାନେ ବି ସମର୍ଥନ କରିଛନ୍ତି । ଏହାକୁ ନେଇ ଆଗକୁ ଆହୁରି ଗବେଷଣା ମାନ କରାଯିବ ବୋଲି ଜଣାଯାଇଛି ।

mouth wash

ଗବେଷକଙ୍କ ଅନୁଯାୟୀ ଦାନ୍ତ ସଫା କରିବାକୁ ବ୍ୟବହାର ହେଉଥିବା ମାଉଥ ୱାସରେ କ୍ଲୋରୋହେକ୍ସିଡ଼ାଇନ, କ୍ଲୋରାଇଡ , ହାଇଡ୍ରୋଜେନ ପେରକ୍ସାଇଡ ପରି କେମିକାଲ ମାନ ମହଜୂତ ଥାଏ । ଯେଉଁ ଗୁଡିକ କରୋନା ପରି ମାରାତ୍ମକ ଭାଇରସକୁ ନଷ୍ଟ କରି ଦେଇପାରି ବାର କ୍ଷମତା ରଖନ୍ତି । କିଛି ମାଉଥ ୱାସରେ ଥିବା କେମିକାଲ ଭାଇରସ ଗୁଡିକର ବାହାର ଆବରଣକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଏ । ପ୍ରକୃତରେ କରୋନା ଭାଇରସ “ଏନଲୋଭଡ଼ ଭାଇରସ” କ୍ଲାସ ଅନ୍ତର୍ଗତ । ଏହାମାନେ ଏହି ଭାଇରସ ଏକ ପ୍ରକାର ଫ୍ୟାଟି ଲେୟରରେ ଆବୃତ ହୋଇଥାଏ । ଯାହାକି କିଛି ଖାସ ପ୍ରକାର କେମିକାଲରେ ନଷ୍ଟ ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.