ୱିକେଣ୍ଡକୁ ବନାଇବାକୁ ଚାଁହୁଛନ୍ତି କି ସ୍ପେଶାଲ ତାହେଲେ ଆଜି ହିଁ ଘରେ ବନାନ୍ତୁ ଷ୍ଟଫଡ଼ ଛୋଲେ ପରଟା

ସାଧାରଣତଃ ୱିକେଣ୍ଡରେ ସମସ୍ତଙ୍କୁ କିଛି ସ୍ୱାଦିଷ୍ଟ ଓ ସ୍ପେଶାଲ ଖାଦ୍ୟ ଖାଇବା ପାଇଁ ଇଛା ହୋଇଥାଏ । ଯଦି ଆପଣ ନିଜର ୱିକେଣ୍ଡକୁ ଆଉ ଟିକେ ଖାସ ବନାଇବା ପାଇଁ ଚାଁହୁଛନ୍ତି ତାହେଲେ ଆଜି ହିଁ ଘରେ କିଛି ସ୍ପେଶାଲ ଖାଇବା ବନାନ୍ତୁ ଯାହା ଘରେ ସମସ୍ତଙ୍କୁ ପସନ୍ଦ ଆସିବ । ତେବେ ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଦେଇଛୁ ଏପରି ଏକ ସ୍ୱାଦିଷ୍ଟ ଖାଦ୍ୟ ଯାହା ଶୁଣିବା ମାତ୍ରେ ଆପଣଙ୍କ ମୁଁହରେ ପାଣି ଆସିଯିବ । ତାହେଲେ ଆଜି ଆସନ୍ତୁ ଜାଣିବା ଘରେ କିପରି ଅତି ସହଜରେ ବନାଇବେ ଷ୍ଟଫଡ଼ ଛୋଲେ ପରଟା ।

Image result for testy stuffed paratha

ଆବଶ୍ୟକୀୟ ସାମଗ୍ରୀ

୨ କପ ଅଟା, ଅଧା ଚାମଚ ଦେଶୀଘିଅ, ୨ଟି ପିଆଜ, ମସାଲା ଛୋଲେ,ତେଲ, ହେଙ୍ଗୁ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ

Image result for testy stuffed paratha

ଷ୍ଟଫଡ଼ ଛୋଲେ ପରଟା ବନାଇବା ପାଇଁ ପ୍ରଥମେ ଅଟାରେ କିଛି ଘିଅ, ଲୁଣ ଓ ତେଲ ମିଶାଇ ପାଣି ସାହାଯ୍ୟରେ ଚକଟି ଦିଅନ୍ତୁ ଏବଂ ସେହି ଅଟାକୁ 15-20 ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ । ତାପରେ ଏକ ପାତ୍ରରେ ମସାଲା ଛୋଲେ, କଟା ପିଆଜ, ହେଙ୍ଗୁ ଓ ଅନ୍ୟ ମସଲା ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ । ତାପରେ ଅଟାଗୁଳା ପ୍ରସ୍ତୁତ କରି ତାକୁ ବେଲି ଦିଅନ୍ତୁ । ତାପରେ ଏହା ଉପରେ ଷ୍ଟଫିଙ୍ଗ ରଖି ଚାରିପଟୁ ମୋଡି଼ଦିଅନ୍ତୁ ଓ ଏହାକୁ ଚେପଟା କରି ଆଉ ଟିକେ ବଡ କରିଦିଅନ୍ତୁ । ତାପରେ ବେଲିଥିବା ପରଟାକୁ ପ୍ୟାନରେ ତେଲ ପକାଇ ବ୍ରାଉନ ହେବ ପର୍ଯ୍ୟନ୍ତ ସେକନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଷ୍ଟଫଡ଼ ଛୋଲେ ପରଟା । ଏହାକୁ ଆପଣ ଆଚାର, ଚଟଣି କିମ୍ବା ଦହି ସହିତ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.