ଏମିତି ସ୍ୱପ୍ନ ଦେଖିଲେ ଆପଣଙ୍କ ପାଖକୁ ଖୁବ ଶୀଘ୍ର ଆସିବ ଧନ, ଜାଣନ୍ତୁ କ’ଣ

ସ୍ୱପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା । ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି । ଆମେ ଅଧିକାଂଶ ସମୟରେ ସ୍ୱପ୍ନ ଦେଖିବା ପରେ ତାହା ବିଷୟରେ ଚିନ୍ତା କରିଥାଉ । ଅଧିକାଂଶ ସ୍ୱପ୍ନ ମନେ ରହିଥିବା ବେଳେ ଅଧିକାଂଶ ସ୍ୱପ୍ନ ଆମେ ଭୁଲିଯାଉ । ତେବେ ସ୍ୱପ୍ନରେ ଦେଖିଥିବା ଜିନିଷ ବା ବ୍ୟକ୍ତି ସହ ଜଡିତ ରହିଥାଏ କିଛି ଭବିଷ୍ୟତ କଥା ।

ଯାହାକୁ ଆମେ ସ୍ୱପ୍ନ ଶାସ୍ତ୍ରରୁ ଜାଣିଥାଉ । ଆସନ୍ତୁ ଜାଣିବା ସ୍ୱପ୍ନ ଶାସ୍ତ୍ର ଅନୁସାରେ କେଉଁ ସ୍ୱପ୍ନ ଦେଖିଲେ ହୋଇଥାଏ ଅତ୍ୟନ୍ତ ଶୁଭ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ଯଦି ଆପଣ ସ୍ୱପ୍ନରେ କୌଣସି ଶିଶୁ ହସୁଥିବାର ଦେଖିବେ ତେବେ ଏହା କ’ଣ ଦେଇଥାଏ ସଂକେତ ।

୧. ସ୍ୱପ୍ନରେ ଯଦି ଆପଣ ଛୋଟ ଛୋଟ ପିଲା ହସୁଥିବାର କିମ୍ବା ଥୁରୁ ଥୁରୁ ହୋଇ ଚାଲୁଥିବାର ଦେଖନ୍ତି, ତେବେ ଆପଣଙ୍କ ଘରକୁ ଖୁବ ଶୀଘ୍ର ଲକ୍ଷ୍ମୀ ଆସିବେ । ସ୍ୱପ୍ନରେ ଯଦି ଆପଣ ନିଜର ଦାନ୍ତ ଭାଙ୍ଗୁଥିବାର ଦେଖନ୍ତି, ତେବେ ଏହି ସ୍ୱପ୍ନ ମଧ୍ୟ ଶୁଭ ହୋଇଥାଏ । ଏପରି ସ୍ୱପ୍ନ ଆସିବାର କାରଣ ଆପଣଙ୍କ କ୍ୟାରିଅରେ ଶୀଘ୍ର ଉନ୍ନତି ଦେଖାଯିବ ।

୨. ସ୍ୱପ୍ନରେ ଯଦି ଆପଣ ଦାନ୍ତ ସଫା କରୁଥିବାର ଦେଖନ୍ତି, ତେବେ ଏହା ଶୁଭ ସଂକେତ ଦେଇଥାଏ । ଏହି ସ୍ୱପ୍ନ ଯାତ୍ରାରେ ଧନ ଲାଭ ହେବାର ସଂକେତ ଦେଇଥାଏ ।

୩. ସ୍ୱପ୍ନରେ ଯଦି କିଛି ପ୍ରକାର ହତ୍ୟା ବା ରକ୍ତପାତ ଦେଖନ୍ତି, ତେବେ ଏହା ଶୁଭ ସଂକେତ ଦେଇଥାଏ । ଏହାର ଅର୍ଥ ଆପଣ କେଉଁଠୁ ଅପର୍ଯ୍ୟାପ୍ତ ଧନ ମିଳିବ ।

୪. ସ୍ୱପ୍ନରେ କପଡା ସଲେଇ କରିବା ବା ସିଲେଇ ହେବାର ଦେଖନ୍ତି, ତେବେ ଧନ ସମ୍ପଦର ବୃଦ୍ଧି ହେବା ସୂଚନା ଦେଇଥାଏ ।

୫. ସ୍ୱପ୍ନରେ ଯଦି ଚାକିରି ଖୋଜୁଥିବାର ଦେଖନ୍ତି କିମ୍ବା କାହାଠାରୁ କିଛି ଜିନିଷ ଜୋର କରି ନେଉଥିବାର ଦେଖନ୍ତି, ତେବେ ଏହା ଶୁଭ ସଂକେତ ଦେଇଥାଏ । ଏହାର ଅର୍ଥ ଆପଣଙ୍କୁ ଧନ ଲାଭର ସୂଚନା ଦେଇଥାଏ ।

୬. ସ୍ୱପ୍ନରେ ଯଦି ଆପଣ ଉଚ୍ଚ ସ୍ଥାନକୁ ଚଢ଼ୁଥିବାର ଦେଖନ୍ତି କିମ୍ବା ମନ୍ଦିରରେ ଦର୍ଶନ କରୁଥିବାର ଦେଖନ୍ତି,ତେବେ ଆପଣଙ୍କ ଉନ୍ନତି ହେବା ସହ ଅର୍ଥ ଲାଭ ହେବ । ସ୍ୱପ୍ନରେ ଯଦି ଆପଣଙ୍କୁ ଧଳା ସାପ କାମୁଡୁଥିବାର ଦେଖନ୍ତି,ତେବେ ଏହା ଆର୍ଥିକ ମାମଲାରେ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.