ଏନ୍‍ଆଇଆର୍‍ଏଫ୍‍ ରାଙ୍କିଙ୍ଗ: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୨୦ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର(କେନ୍ୟୁଜ୍): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ରାଙ୍କିଙ୍ଗ ଫ୍ରେମ୍‍ ୱାର୍କ (ଏନ୍‍ଆଇଆର୍‍ଏଫ୍‍)ର ରାଙ୍କିଙ୍ଗ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍ ଗୋଟିଏ ସ୍ଥାନ ଉପରକୁ ଉଠି ୨୦ତମ ସ୍ଥାନରେ ରହିଛି । ଗତବର୍ଷ କିଟ୍‍ ଏହି ତାଲିକାର ୨୧ତମ ସ୍ଥାନରେ ଥିଲା । ଏହା ବ୍ୟତୀତ କିଟ୍‍ର ଅନ୍ୟ ସମସ୍ତ ବିଭାଗ ମଧ୍ୟ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍‍ ପ୍ରତିବର୍ଷ ବିଭିନ୍ନ ବିଭାଗରେ ତାର ପ୍ରଦର୍ଶନରେ ଉନ୍ନତି ଆଣିଚାଲିଛି ।

ତେଣୁ ଏନ୍‍ଆଇଆର୍‍ଏଫ୍‍ ରାଙ୍କିଙ୍ଗରେ କିଟ୍‍ର ସ୍ଥାନ ପ୍ରତିବର୍ଷ ଉପରକୁ ଉଠୁଛି । କିଟ୍‍ର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଏଥିରେ ଆନନ୍ଦ ପ୍ରକାଶ କରିବା ସହ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରବଚ୍ଛିନ୍ନ ପ୍ରୟାସ ଓ ଦୂରଦୃଷ୍ଟି ଯୋଗୁଁ କିଟ୍‍ ବର୍ଷ ପରେ ବର୍ଷ ଏନ୍‍ଆଇଆର୍‍ଏଫ୍‍ ରାଙ୍କିଙ୍ଗ‌୍ୟଙ୍କିରେ ଗୋଟିଏ ପରେ ଗୋଟିଏ ପାହାଚ ଉଠି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.