କିଟ୍‌ ଓ କିସରେ ଚେସ୍‌ ଅଲିମ୍ପିଆଡ୍‌ ଟର୍ଚ୍ଚ ରିଲେକୁ ଭବ୍ୟ ସ୍ୱାଗତ, ୭୫ବର୍ଷ ପୂର୍ତ୍ତି ଅବସରରେ ରିଲେ ୭୫ଟି ପ୍ରମୁଖ ସହର ପରିକ୍ରମା କରିବ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସରେ ଚେସ୍‌ ଅଲିମ୍ପିଆଡ୍‌ ଟର୍ଚ୍ଚ ରିଲେକୁ ଭବ୍ୟ ସ୍ୱାଗତ । ଆଜି ଚେସ୍‌ ଅଲିମ୍ପିଆଡ୍‌ ଟର୍ଚ୍ଚ ରିଲେକୁ କିଟ୍‌ ଓ କିସ୍‌ ପକ୍ଷରୁ ଉଚ୍ଚ୍ଵସିତ ସ୍ୱାଗତ କରାଯାଇଛି । ଏହି ଅବସରରେ କିଟ୍‌ର ୧୦ ହଜାର କର୍ମଚାରୀ, ୧୦ ହଜାର ଛାତ୍ରଛାତ୍ରୀ ଏବଂ କିସ୍‌ର ୩୦ ହଜାର ଛାତ୍ରଛାତ୍ରୀ ରିଲେକୁ କିଟ୍‌ ଛକରୁ ରାସ୍ତାର ଉଭୟ ପାର୍ଶ୍ୱରେ ରହି ସ୍ୱାଗତ ଜଣାଇଥିଲେ । କିଟ୍‌ ଓ କିସ୍‌ ରାସ୍ତାର ବିଭିନ୍ନ ସ୍ଥାନରେ ଟର୍ଚ୍ଚକୁ ସ୍ୱାଗତ କରାଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ଚେସ୍‌ ଖେଳାଳି ପଦ୍ମିନୀ ରାଉତ, ଅପରାଜିତା ଗୋଛିକାର, ଅଲ୍‌ ଓଡ଼ିଶା ଚେସ୍‌ ଫେଡେରେସନ୍ର ସମ୍ପାଦକ ଦେବବ୍ରତ ଭଟ୍ଟ, ଅଲ୍‌ ଇଣ୍ଡିଆ ଚେସ୍‌ ଫେଡେରେସନର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ଜି. ସି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

kiss

ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ଯାଏ ଚେନ୍ନାଇଠାର ପ୍ରଥମ ଥର ଲାଗି ଚେସ୍‌ ଅଲିମ୍ପିଆଡ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ଗତ ଜୁନ୍‌ ୧୯ ତାରିଖରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିଆଡ୍‌ ଟର୍ଚ୍ଚ ରିଲେର ଉଦ୍‌ଘାଟନ କରିଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏହି ଟର୍ଚ୍ଚ ରିଲେ ଦେଶର ୭୫ଟି ପ୍ରମୁଖ ସହର ପରିକ୍ରମା କରିବାକୁ ଥିବା ବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଏହାକୁ ସ୍ୱାଗତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.