କରୋନା ମୁକାବିଲା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ସପ୍ତାହରୁ ପରୀକ୍ଷା ନିରୀକ୍ଷା, ଖୁବ୍‌ ଶୀଘ୍ର ଆସିବ ଔଷଧ

କେନ୍ୟୁଜ: କୋଭିଡ –୧୯ ଭାଇରସ ମୁକାବିଲା ପାଇଁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ବିକଳ୍ପ ଔଷଧ ଖୁବ ଶୀଘ୍ର ପ୍ରସ୍ତୁତ କରିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ମେଡିସିନ ପ୍ରସ୍ତୁତ ଲାଗି ଆୟୁଷ ମନ୍ତ୍ରଣାଳୟ ଓ ସିଏସଆଇଆର ମଧ୍ୟରେ ଗତ ସପ୍ତାହରେ ଏକ ବୁଝାମଣା ସ୍ୱାକ୍ଷର ହୋଇଛି। ଏଥିପାଇଁ ୮ ଜଣିଆ ଏକ କମିଟ ଗଠନ ହୋଇଛି। ଏହି କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ ଅନୁଯାୟୀ ଆସନ୍ତା ସପ୍ତାହରୁ କରୋନା ଭାଇରସର ମୁକାବିଲା ପାଇଁ ବିକଳ୍ପ ଔଷଧ ପ୍ରସ୍ତୁତ ଲାଗି ପରୀକ୍ଷା ନିରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା କାର୍ଯ୍ୟକ୍ରମ ୧୨ ସପ୍ତାହ ଅର୍ଥାତ ୩ ମାସ ମଧ୍ୟରେ ଶେଷ ହେବ ବୋଲି ଆୟୁଷ ମନ୍ତ୍ରଣାଳୟର ସଚିବ ରାଜେଶ କୋଟେଚ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.