Below header

ଆନ୍ଧ୍ରପ୍ରଦେଶ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ, ୧୪ ଆହତ ୨ ଗୁରୁତର

ଅନୁଗୁଳ(କେନ୍ୟୁଜ): ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୪ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ପଲାସାରୁ ୧୫ଜଣ ଶ୍ରମିକ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି। ଶ୍ରମିକମାନେ ପଲାସାରୁ ଚାଲି ଚାଲି ବୌଦ୍ଧକୁ ଆସିବା ପରେ ସେଠାରୁ ଏକ ଗାଡିରେ କେନ୍ଦୁଝର ଫେରୁଥିଲେ। ଠାକୁରଗଡ଼ ନିକଟରେ ଏକ ଗଛରେ ପିଟି ହୋଇଯିବାରୁ ୧୪ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.