ମଧୁମେହ କାରଣରୁ ପାଦରେ ଦେଖାଯାଏ ଏହି ୩ଟି ଲକ୍ଷଣ, ଜମାରୁ ବି କରନ୍ତୁ ନାହିଁ ଅଣଦେଖା

ନୂଆଦିଲ୍ଲୀ: ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ଯା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜୀବନ ଶୈଳୀରେ ପରିବର୍ତ୍ତନ ଏବଂ ଖରାପ ଖାଇବା ଅଭ୍ୟାସ ଯୋଗୁଁ ଏହି ରୋଗ ବୃଦ୍ଧି ପାଇଥାଏ । ଯଦିଓ ଆପଣଙ୍କ ଶରୀରରେ ମଧୁମେହର ଅନେକ ଲକ୍ଷଣ ଦେଖାଯାଏ, କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ପାଦରେ ଏପରି ତିନୋଟି ପରିବର୍ତ୍ତନ ପରିଲିକ୍ଷିତ ହୁଏ, ଯାହା ମଧୁମେହର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ତିନୋଟି ଲକ୍ଷଣ କ’ଣ, ଯାହାକୁ ଆପଣ ଅଣଦେଖା କରିବା ଅନୁଚିତ୍।

ମଧୁମେହ କାରଣରୁ ପାଦରେ ଦେଖାଯାଏ ଏହି ୩ଟି ପରିବର୍ତ୍ତନ :

ସମସ୍ତେ ଜାଣନ୍ତି ଯେ ମଧୁମେହ ହେଲେ ଶରୀରରେ ଚିନି ସ୍ତରକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାଦରୁ ମଧ୍ଯ ମଧୁମେହର ଲକ୍ଷଣ ଦେଖିବାକୁ ମିଳିଥାଏ। ଏହା ଅତ୍ୟନ୍ତ ଜରୁରୀ ଯେ ଆପଣ ପ୍ରତିଦିନ ଆପଣଙ୍କର ପାଦ ଦେଖିବା ଆବଶ୍ଯକ। ଯଦି ଆପଣଙ୍କ ପାଦରେ ଏହି ପାର୍ଥକ୍ୟ ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍।

red

ପାଦ ଲାଲ୍ ପଡିବା :

ଯଦି ଆପଣଙ୍କ ପାଦ ସବୁବେଳେ ଲାଲ ଦେଖାଯାଉଥାଏ, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ। କାରଣ ସବୁବେଳେ ପାଦ ଲାଲ୍ ପଡିବା ମଧୁମେହର ଲକ୍ଷଣ ହୋଇପାରେ।

ପାଦ ଗରମ ରହିବା:

ଏହା ବ୍ୟତୀତ, ଯଦି ଆପଣଙ୍କର ପାଦ ପ୍ରାୟତଃ ସମୟ ଗରମ ରହୁଛି, ତେବେ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ପଡିବ। କ୍ରମାଗତ ଗରମ ପାଦ ମଧ୍ୟ ମଧୁମେହର ଲକ୍ଷଣ ହୋଇପାରେ। ଯଦି ଆପଣ ଏପରି ଲକ୍ଷଣ ଦେଖୁଛନ୍ତି, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

leg

ପାଦ ଫୁଲିବା:

ତୃତୀୟ ଲକ୍ଷଣ ହେଉଛି ପାଦ ଫୁଲିବା । ଯଦି ଆପଣଙ୍କ ପାଦ ଫୁଲୁଛି, ତେବେ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ। କାରଣ ଏହା ମଧୁମେହର ଏକ ବଡ ଲକ୍ଷଣ ହୋଇପାରେ। ଯଦି ପାଦ ଫୁଲୁଥାଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.