ଚିନ୍ତା ଏବଂ ଥକ୍କାପଣ ଦୂର କରିଥାଏ ଏହିସବୁ ଯୋଗାସନ, ଜାଣନ୍ତୁ କ’ଣ ଆଉ କିପରି କରିବେ

ଶରୀରକୁ ଫିଟ୍ ରଖିବା ପାଇଁ ଲୋକ ବିଭିନ୍ନ ପ୍ରକାର ବ୍ଯାୟାମ ଏବଂ ଯୋଗ କରୁଛନ୍ତି। କିନ୍ତୁ ଯଦି ଆପଣ ମାନସିକ ସ୍ତରରେ ସୁସ୍ଥ ନାହାନ୍ତି , ତେବେ ଏପରି ବ୍ଯାୟାମ କରିବା କୌଣସି ଫାଇଦା ନାହିଁ। ଏମିତି କିଛି ବ୍ଯାୟାମ ରହିଛି, ଯାହାକୁ କରି ଆପଣ ମାନସିକ ଚିନ୍ତା ଏବଂ ଷ୍ଟ୍ରେସ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା… ଏହା ବିଷୟରେ

ଅନୁଲୋମ ବିଲୋମ: ଏହି ପ୍ରାଣାୟମ କରିବା ପାଇଁ ପିଠିକୁ ବିଲକୁଲ ସିଧା ରଖି ବସନ୍ତୁ। ଏବେ ଡାହାଣ ହାତଆଙ୍ଗୁଠିରେ ଡାହାଣ ନାକ ପୁଡା ଚାପି ରଖି ନିଶ୍ବାସ ପ୍ରଶ୍ବାସ ଭିତରକୁ ନିଅନ୍ତୁ ଏବଂ ଧୀରେ ଧୀରେ ଛାଡନ୍ତୁ। ଏମିତି ଆପଣ ୨ରୁ ୫ ମିନିଟ୍ ପର୍ଯ୍ଯନ୍ତ କରନ୍ତୁ।

ବାଳାସନ: ବାଳାସନ କରିବା ପାଇଁ ଆଣ୍ଠୁକୁ ମୋଡି ବସିଯାଆନ୍ତୁ। ଏମିତି ବସି ହାତକୁ ଯେତେ ବାଟ ପର୍ଯ୍ଯନ୍ତ ସମ୍ଭବ ଆଗକୁ ଟାଣି ରଖନ୍ତୁ। ଏହି ଆସନ କରିବା ବହୁତ ସହଜ ଏବଂ ଫାଇଦାଯୁକ୍ତ। ଏହାକୁ ୫ ମିନିଟ୍ ପର୍ଯ୍ଯନ୍ତ କରନ୍ତୁ।

pachimotasana

ମର୍ଜାରୀ ଆସନ: ଏହି ଆସନରେ ମଧ୍ୟ ଆଣ୍ଠୁ ଭାଙ୍ଗି ବସି ପଛକୁ ନର୍ଇଯାଆନ୍ତୁ। ନିଶ୍ବାସ ଭିତରକୁ ନେଇ ପେଟକୁ ଭିତରକୁ ଟାଣନ୍ତୁ। ତା’ ପରେ ନିଶ୍ବାସ ଧିରେ ଧିରେ ଛାଡନ୍ତୁ। ଏମିତି କଲେ ମୁଣ୍ଡ ବିଲକୁଲ ଶାନ୍ତ ରହିଥାଏ।

ଶବାସନ: ଏହାକୁ କରିବା ପୁରା ସହଜ। ଏଥିପାଇଁ ଆପଣ ତଳେ ଶୋଇପଡି ଶରୀରକୁ ହାଲକା କରିଦିଅନ୍ତୁ। ଏହି ଆସନ କରିବା ଦ୍ବାରା ସମସ୍ତ ଚିନ୍ତା ଏବଂ ଷ୍ଟ୍ରେସ ଦୂର ହୋଇଯାଏ।

ପଶ୍ଚିମୋତ୍ତାନାସନ: ଏହି ଆସନରେ ପାଦ ଲମ୍ବାଇ ପିଠିକୁ ବିଲକୁଲ ସିଧା ରଖନ୍ତୁ। ଏବେ ହାତକୁ ପାଦ କୁ ଧରିବା ପାଇଁ ଚେଷ୍ଟା କରନ୍ତୁ। ମୁଣ୍ଡକୁ ତଳକୁ ନୁଆନ୍ତୁ। ଏବେ ଧିରେ ଧିରେ ସାମାନ୍ଯ ଅବସ୍ଥାକୁ ଫେରିଆସନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.