Below header

ବାସ୍ତୁ ଦୋଷ ଦୂର କରିଥାଏ ଫିଟିକିରି, ଜାଣନ୍ତୁ କିପରି

ଘର, ଅଫିସ୍ ଓ ବଡ଼ ଦୋକାନ ଘର ଆଦି ତିଆରି କରିବା ବେଳେ ଅନେକ ଲୋକମାନେ ବାସ୍ତୁକୁ ଗୁରୁତ୍ୱ ଦେଇଥାନ୍ତି। ତଥାପି କେଉଁଠି କେମିତି କିଛି ଭୁଲ୍ ଭଟକା ରହିଗଲେ, ତା’ର ସମାଧାନର ସୂତ୍ର ବି ବାସ୍ତୁଶାସ୍ତ୍ରରେ ରହିଛି। ସେହିପରି ଯେଉଁମାନେ ବାସ୍ତୁକୁ ଏତେ ଗୁରୁତ୍ୱ ଦେଇ ଘର ବା ଦୋକାନ ଆଦି କରି ନାହାନ୍ତି ଓ ପରବର୍ତ୍ତୀ ସମୟରେ ସେମାନେ ଅନୁଭବ କରନ୍ତି ଯେ, କେଉଁଠି କିଛି ଭୁଲ୍ ରହିଯାଇଥିବା ଯୋଗୁ ଘରେ ଛୋଟ ଛୋଟ ସମସ୍ୟା ଲାଗି ରହୁଛି। ଅନେକ ସମୟରେ ଅତି ଛୋଟ ଛୋଟ ଉପାୟ ମଧ୍ୟ ଅନେକ ବଡ଼ ବଡ଼ ବାସ୍ତୁ ଦୋଷ ଦୂର କରିପାରେ। ଏହା ମଧ୍ୟରୁ ଗୋଟିଏ ହେଉଛି, ଫିଟିକିରିର ବ୍ୟବହାର। ତେବେ ଜାଣନ୍ତୁ କିପରି ବ୍ୟବହାର କରିବେ ଫିଟିକିରି।

ଏହାସହ ପଢନ୍ତୁ: ସକାଳୁ-ସକାଳୁ ପଢ଼ନ୍ତୁ ଏହି ୧୦ ମନ୍ତ୍ର, ଆପଣଙ୍କୁ ଧନୀ ହେବାରେ କେହିବି ଅଟକାଇ ପାରିବେନି

୧- ଆପଣଙ୍କ ଘରେ କିମ୍ବା ଅଫିସର ଯେଉଁ ଜାଗାରେ ବାସ୍ତୁ ଦୋଷ ଥିଲେ ସେଠାରେ ଫିଟିକିରି ରଖନ୍ତୁ। ମନେରଖିବେ ଫିଟିକିରି ପ୍ରତି ମାସରେ ବଦଳେଇବା ଜରୁରୀ।

୨- ଆପଣଙ୍କ ଦେକାନର ମୁଖ୍ୟ ଫାଟକ ଉପରେ ଏକ କଳା ରଙ୍ଗର କପଡ଼ାରେ ଫିଟିକିରି ବାନ୍ଧି ଝୁଲାଇ ଦିଅନ୍ତୁ। ଏହା ଆପଣଙ୍କ ଦୋକାନକୁ ସମସ୍ତ ଖରାପ ନଜରରୁ ରକ୍ଷା କରିବ।

୩- ଗାଧୁଆ ଘରେ ଏକ ଗିନାରେ ଫିଟିକିରି ରଖନ୍ତୁ। ଏହା ଘରକୁ ସମସ୍ତ ନକାରାତ୍ମକ ଶକ୍ତିରୁ ରକ୍ଷା କରିଥାଏ। କିନ୍ତୁ ପ୍ରତି ମାସରେ ଏହାକୁ ବଦଳାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.