ଅଧିକ ବୟସରେ ଗର୍ଭଧାରଣ ହୋଇପାରେ କ୍ଷତିକାରକ, ଜାଣନ୍ତୁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ

ଆଜିର ଆଧୁନିକ ଯୁଗରେ ବିଳମ୍ବରେ ଗର୍ଭଧାରଣ କରିବା ସାଧାରଣ କଥା ହୋଇଗଲାଣି। ସମସ୍ତେ ନିଜ ଲାଇଫରେ ‘ସେଟଲ’ ହେବା ପରେ ପିଲା ପାଇଁ ପ୍ଲାନ୍ କରନ୍ତି। ଏମିତି ତ ପିରିୟଡ୍ସ ବନ୍ଦ ହେବା ପୂର୍ବ ପର୍ଯ୍ୟନ୍ତ ମହିଳାଙ୍କୁ ଗର୍ଭଧାରଣ ହେବାର ଆଶା ରହିଥାଏ। କିନ୍ତୁ ୩୦ ବର୍ଷ ପରେ ମାଆ ହେବା ସେତେଟା ସହଜ ହୋଇନଥାଏ। କମ୍ ବୟସରେ ମାଆ ହେବା ତୁଳନାରେ ଅଧିକ ବୟସୟରେ ଗର୍ଭଧାରଣ କରିବା ସମୟରେ ଅଧିକ ଜଟିଳତା ସାମ୍ନାକୁ ଆସିଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ ଅଧିକ କିଛି।
ବୟସ ସହିତ କମ୍ ହୋଇଯାଏ ଫର୍ଟିଲିଟୀ
ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ ମହିଳାଙ୍କ ବୟସ ବଢ଼ିବା ସହିତ ଶରୀରରେ ଅଣ୍ଡାର ସଂଖ୍ୟା ଏବଂ ଗୁଣବତ୍ତା କମ୍ ହୋଇଯାଇଥାଏ। ଡାକ୍ତରଙ୍କ କହିବାନୁଯାୟୀ ୩୫ ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷର ମହିଳା ‘ଆଡଭାନ୍ସ ମ୍ୟାଟରନାଲ ଏଜ୍’ ସୂଚିରେ ସାମିଲ ହୋଇଯାନ୍ତି।
ଅଧିକାଂଶ ମାମଲାରେ ୩୨ ବର୍ଷ ପରେ ମହିଳାଙ୍କ ଫର୍ଟିଲିଟୀ କମ୍ ହୋଇଯାଇଥାଏ। ସେହିପରି ୪୦ ବର୍ଷ ପାଖାପାଖି ପହଁଚିଲେ ଫର୍ଟିଲିଟି ବହୁତ ମାତ୍ରାରେ କମ୍ ହୋଇଯାଇଥାଏ। ତେବେ ଏମିତି ମହିଳାଙ୍କ ପାଇଁ ଆଇବିଏଫ କିଛି ବର୍ଷ ଧରି ବହୁତ ବଡ ସାହାରା ପାଲଟିଛି।
ଗର୍ଭପାତ ହେବାର ଭୟ ରହିଥାଏ ଅଧିକ
ଗର୍ଭପାତ ଏବଂ ଷ୍ଟିଲବାର୍ଥର ଭୟ କୌଣସି ବି ବୟସରେ ମାଆ ହେବାରେ ରହିଥାଏ। କିନ୍ତୁ ଅଧିକ ବୟସର ପ୍ରେଗନାଣ୍ଟ ମହିଳାଙ୍କ ଠାରେ ଏହାର ଭୟ ଅଧିକ ରହିଥାଏ। ଏକ ରିସର୍ଚ୍ଚ ଅନୁଯାୟୀ ୪୦ ରୁ ୪୪ ବର୍ଷର ଗର୍ଭବତୀ ମହିଳାଙ୍କ ଠାରେ ଗର୍ଭପାତ ହେବାର ସମ୍ଭାବନା ପ୍ରାୟ ୩୩ ପ୍ରତିଶତ ବଢ଼ିଯାଇଥାଏ। ଏମିତି ଏଥିପାଇଁ ହୋଇଥାଏ ଶରୀରରେ ମହୁଜଦ୍ ଥିବା ଅଣ୍ଡା ଭୃଣରେ କ୍ରୋମୋସୋମଲ ପ୍ରୋବଲେମ୍ସ ଜନ୍ମିପାରେ। ଷ୍ଟିଲବର୍ଥର ଭୟ ଅଧିକ ରହିଥିଲେ ଶିଶୁ ଡେଲିଭରୀ ପୂର୍ବରୁ ମୃତ୍ୟୁବରଣ କରେ।
ମହିଳାଙ୍କ ପାଖରେ ଦେଖାଯାଏ ଏହି ରୋଗ
ଅଧିକ ବୟସରେ ମାଆ ହେବା ଦ୍ୱାରା ହାଇ ବ୍ଲଡ ପ୍ରେସରଳ ଡାଇବେଟିସ, ପ୍ରି-ଏକ୍ଲେମ୍ପାସିୟା ଏବଂ ପ୍ଲେସେଣ୍ଟା ପ୍ରେବିୟା ଭଳି ସମସ୍ୟା ହୋଇପାରେ।
ଏହି କଥା ଉପରେ ରଖନ୍ତୁ ଖାସ୍ ଧ୍ୟାନ
ଆଜିର ଟେକିନିକ୍ ଏତେ ବିକସିତ ହୋଇସାରିଛି ଯେ ଲେଟ ପ୍ରେଗନାନ୍ସୀ କମ୍ ଦେଖିବାକୁ ମିଳିଲାଣି। ମହିଳା ଯେଉଁ ବୟସରେ ବି ମା ହୁଅନ୍ତୁ ନା କାହିଁକି ସାବଧାନ ଏବଂ ସତର୍କତା ରହିବା ନିହାତି ଜରୁରୀ। ଧୂମ୍ରପାନ ଏବଂ ମଦ ଠାରୁ ଦୂରତା ରକ୍ଷା କରନ୍ତୁ। ନିୟମିତ ବ୍ୟାୟାମ ଏବଂ ସୁସ୍ଥ ଆହାର ଉପରେ ଗୁରୁତ୍ୱ ଦିଅନ୍ତୁ। ଚିନ୍ତା ନିଅନ୍ତୁନାହିଁ ଏବଂ ସକରାତ୍ମକ ରୁହନ୍ତୁ।