ଆଜି ଘୋଷଣା ହୋଇପାରେ ବିହାର ବିଧାନସଭା ସହ ଓଡିଶାର ୨ ବିଧାନସଭାର ଉପନିର୍ବାଚନ ତାରିଖ

ଆଜି ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନ ତାରିଖ। ଏହାସହ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ଏନେଇ ଆଜି ୧୨.୩୦ରେ ଦିଲ୍ଲୀରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ।

ଏସବୁ ମଧ୍ୟରେ ଆଜି ନିର୍ବାଚନ କମିଶନଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ବିହାର ବିଧାନସଭାର ତାରିଖ ମଧ୍ୟ ଆଜି ଘୋଷଣା ହୋଇପାରେ । ଏଥର ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହେବା ସହ ଦୀପାବଳି ପୂର୍ବରୁ ନୂଆ ବିଧାନସଭା ଗଠନ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.