ଏନସିବି ଅଫିସରେ ପହଞ୍ଚିଲେ ଅଭିନେତ୍ରୀ ରାକୁଲପ୍ରୀତ, ଡ୍ରଗ୍ସ ଲିଙ୍କକୁ ନେଇ ପଚରାଉଚରା କରିବ ଏନସିବି

ଏବେ ବଲିଉଡ ସେଲିବ୍ରିଟିଙ୍କ ପାଇଁ କାଳ ସାଜିଛି ଡ୍ରଗ୍ସ ଲିଙ୍କ। ଧୀରେ ଧୀରେ ବଲିଉଡର ଅନେକ ବଡବଡ ସେଲିବ୍ରିଟି ଏଥିରେ ଜଡିତ ଥିବା ଖବର ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ଲିଙ୍କକୁ ନେଇ ଅନେକ ଖୋଳତାଡ ଆରମ୍ଭ ଚାଲିଛି। ପ୍ରଥମେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିବା ପରେ ରିୟା, ତା’ ସହିତ ଅନେକ ଡ୍ରଗ୍ ପେଡଲର ମଧ୍ୟ ଧରାପଡିଥିଲେ। ଏବେ ରିୟା ଏନସିବି ଆଗରେ ବଲିଉଡର ଡ୍ରଗ୍ସ ଲିଙ୍କ ଥିବା ବିଭିନ୍ନ ତାରକାଙ୍କ ନାମ କହିଛନ୍ତି।
ରିୟାଙ୍କ କହିବାନୁଯାୟୀ, ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରାକୁଲପ୍ରୀତ ସିଂ ଡ୍ରଗ୍ସ ଲିଙ୍କରେ ଜଡିତ ଅଛନ୍ତି। ଏମାନଙ୍କୁ ଏନସିବି ସମନ ଜାରି କରିବା ପରେ ଆଜି ରାକୁଲପ୍ରୀତ ଏନସିବି ଅଫିସରେ ହାଜର ହୋଇଛନ୍ତି। ଆଜି ଏନସିବି ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ରାକୁଲ। ରାକୁଲ ଏନସିବି ଅଫିସରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଚେନ୍ ଭଳି ସୁରକ୍ଷା କରି ଅଫିସ ଭିତରକୁ ନେଉଥିବା ଦେଖିବାକୁ ମିଳିଛି। ଡ୍ରଗ୍ସ ମାମଲାକୁ ନେଇ ଏନସିବି ରାକୁଲଙ୍କୁ ପଚରାଉଚରା ଜାରି କରିବ। ଏହା ଛଡା ସାରା ଏବଂ ଶ୍ରଦ୍ଧାଙ୍କୁ ଏନସିବି ୨୬ ଡିସେମ୍ବରରେ ପଚରାଉଚରା କରିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ରାକୁଲଙ୍କ ପରେ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରିବ ଏନସିବି।