କରୋନା ଅପଡେଟ: ଦେଶରେ ଗତ ୨୪ ଘଂଟାରେ ୮୬ ହଜାର ୦୫୨ ନୂଆ ସଂକ୍ରମିତ ଚିହ୍ନଟ, ୧୧୪୧ ମୃତ

ଆଜି ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୫୮ ଲକ୍ଷ ପାର ହୋଇଛି । ଏମଧ୍ୟରୁ ୪୭ ଲକ୍ଷ ଲୋକ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ବେଳେ ୯
ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀଙ୍କର ଦେଶର ବିଭିନ୍ନ ହସ୍ପିଟାଲରେ ଅନ୍ୟ ମାନଙ୍କ ଚିକିତ୍ସା ଚାଲିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥତା ହାର ୮୧.୭୪ପ୍ରତିଶତ ରହିଥିବା ଜଣାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ୮୬ହଜାର ୦୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ରୂପରେ ୫୮ ଲକ୍ଷ ୧୮ ହଜାର ୫୭୦ ଛୁଇଁଛି ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୧୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରେକର୍ଡ ହୋଇଛି । ଆଜିର ମୃତକ ସଂଖ୍ୟା ମିଶାଇ ୯୨ ହଜାର ୨୯୦ ଛୁଇଁଛି ମୃତକ ସଂଖ୍ୟା ।

ରିପୋର୍ଟ ଅନୁଯାୟୀ, ୪୭ ଲକ୍ଷ ୫୬ ହଜାର ୧୬୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୯ ଲକ୍ଷ ୭୦ ହଜାର ୧୧୬ ଜଣଙ୍କର ବର୍ତ୍ତମାନ ସମୟରେ ଚିକିତ୍ସା ଚାଲିଛି । ଯାହାକି ମୋଟ ମାମଲାର ୧୬ .୬୭ ପ୍ରତିଶତ । କହିରଖିବା ଉଚିତ ହେବକି ଭାରତରେ କୋଭିଡ ମାମଲା ଅଗଷ୍ଟ ୭ରେ ୨୦ଲକ୍ଷ ପାର ହୋଇଥିବା ବେଳେ ଅଗଷ୍ଟ ୨୩ ସୁଦ୍ଧା ୩୦ ଲକ୍ଷ ପାର ହୋଇଥିଲା । ଯେବେକି ସେପ୍ଟେମ୍ବର ୫ ରେ ଏହି ସଂଖ୍ୟା ୪୦ ଲକ୍ଷ ପାର ହୋଇଥିଲା । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମଆର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୪ ସୁଦ୍ଧା ୬ କୋଟି ଉପରେ ନମୁନା ପରୀକ୍ଷଣ ହୋଇଥିବା ବେଳେ ୧୫ଲକ୍ଷ ପାଖାପାଖି ନମୁନା ଗୁରୁବାର ହିଁ ଯାଞ୍ଚ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.