Below header

ଏହି ସବୁ ସଙ୍କେତରୁ ଜାଣନ୍ତୁ ସମ୍ପର୍କରୁ ଶେଷ ହେଉଛି ପ୍ରେମ

ସଂପର୍କ ଆରମ୍ଭରୁ ବହୁତ ଭଲ ଲାଗିଥାଏ କିନ୍ତୁ ଯେତେଯେତେ ପୁରୁଣା ହୋଇଥାଏ ସେତେ ମଧୁରତା କମ୍ ହୋଇଥାଏ । ସାଥୀଙ୍କ ସହ ରହିବା ପରେ ମଧ୍ୟ ଆପଣଙ୍କୁ ଏକା ଏକା ଲାଗିଥାଏ । ଯଦି ସଂପର୍କ ଆପଣଙ୍କ ପାଇଁ ବୋଝ ପାଲଟି ଯାଏ ତ’ ଏହି ସଂପର୍କକୁ ଭାଙ୍ଗି ଦେବା ଉଚିତ୍ । ଆସନ୍ତୁ ଜାଣିବା ଏହି ସବୁ ଲକ୍ଷଣ ବିଷୟରେ ଯେଉଁ ଥିରୁ ଯାଣିପାରିବେ ଆପଣ ଦୁହିଁଙ୍କ ଭିତରେ ଆଗ ଭଳି ଭଲପାଇବା ଆଉ ନାହିଁ ।

ସାଥୀ ଯଦି ଚିଡିଚିଡି ହୋଉଥାନ୍ତି :

ଯଦି ସାଥୀଙ୍କୁ ଆପଣଙ୍କର ସବୁ କାମ ଉପରେ ବିରକ୍ତିଭାବ ଆସୁଥାଏ ଏବଂ କଥା କଥାରେ ସାଥୀଙ୍କ ସହ ଯୁକ୍ତିତର୍କ ହେଉଥାଏ ତ’ ଜାଣି ନିଅନ୍ତୁ ଆପଣଙ୍କ ସଂପର୍କରେ କିଛି ଗଡବଡ୍ ଅଛି । ଦେଖିବେ ଯଦି ଏହି ସମସ୍ୟା ବାରମ୍ବାର ହେଉଛି ତେବେ ଏହି ସଂପର୍କକୁ ଭାଙ୍ଗିଦେବା ଉଚିତ୍ ।

ଆତ୍ମସମ୍ମାନ କମ ହେଲେ :

ସଂପର୍କରେ ଦୁହିଁଙ୍କର ପରସ୍ପର ପ୍ରତି ସମ୍ମାନ ରହିବା ବହୁତ ଜରୁରୀ । ଦୁଇ ଜଣଙ୍କର ମହତ୍ବ ସମାନ ସମାନ ହେବା ଉଚିତ୍ । କେହିବି ଛୋଟ ବଡ ହେବା ଉଚିତ୍ ନୁହେଁ । ଆପଣ ଦୁହେଁ କିଛି ନା କିଛି ରୂପରେ ପରସ୍ପରକୁ ସାହାଯ୍ୟ କରୁଥାନ୍ତି । ଯଦି ଆପଣଙ୍କୁ ଲାଗୁଛି କି’ ଆପଣଙ୍କ ସାଥୀ ଆପଣଙ୍କୁ ବାରମ୍ବାର ନିଚ ଦେଖାଉଛନ୍ତି କିମ୍ବା ଅସମ୍ମାନ କରୁଛନ୍ତି ତେବେ ସଂପର୍କ ଉପରେ ଭାରି କଦମ୍ ଉଠାନ୍ତୁ ।

ସବୁବେଳେ ନିଜକୁ ପ୍ରମାଣ କରିବା :

ସଂପର୍କରେ ନିଜକୁ ପ୍ରମାଣ କରିବା ବହୁତ ବଡ ଖରାପ କଥା ହୋଇଥାଏ । ଯଦି ଆପଣ ଦୁହିଁଙ୍କର ଭିତରେ ପରସ୍ପର ପ୍ରତି ଭଲ ପାଇବା ଅଛି ତେବେ କାହାକୁ ବି କାହା ପାଖରେ କିଛି ପ୍ରମାଣ କରିବାକୁ ପଡି ନଥାଏ । ସବୁ କିଛି ଭଲ ଲାଗିଥାଏ କିନ୍ତୁ ଯଦି ଭଲପାଇବରେ କମି ହୁଏ ତ’ ଆପଣଙ୍କର ଭଲ ଗୁଣବି ସାଥୀଙ୍କୁ ବିରକ୍ତ କରିବ । ଏସବୁ ହେଲେ ସାଥୀଙ୍କ ସହ ଖୋଲା ଖୋଲି କଥା ହୁଅନ୍ତୁ ଏବଂ ଏହାର ସଲ୍ୟୁସନ୍ ବାହାର କରନ୍ତୁ ।

ଖୁସି ରହିବାର ଅଭିନୟ କରିବା :

ଯଦି ଆପଣ ଆପଣଙ୍କ ସାଥୀଙ୍କ ସହ ସବୁବେଳେ ଅଣନିଶ୍ବାସୀଭାବ ଅନୁଭବ କରୁଛନ୍ତି , ଆପଣ ଜାଣିଛନ୍ତି କିଛି ଠିକ୍ ନାହିଁ କିନ୍ତୁ ସବୁ କିଛିକୁ ଜବରଦସ୍ତି ଠିକ୍ ଭାବିକି ଆପଣ ଖୁସି ରହିବାକୁ ଚେଷ୍ଟା କରୁଛନ୍ତି ତ’ ଆପଣଙ୍କୁ ଆପଣଙ୍କ ସଂପର୍କ ବିଷୟରେ ପୁଣି ଥରେ ଭାବିବାକୁ ପଡିବ । ମିଛ ଓ ଦେଖାଇବା ଭଳି ସଂପର୍କ ବହୁତ ଦିନ ଯାଏ ତିଷ୍ଟି ନଥାଏ ।

ଯେବେ ରହିଯାଏ ଖାଲି ଅନୁଭୂତି :

ଯଦି ଆପଣ ଭାବିବାକୁ ଲାଗିବେ କି ଆପଣ ଦୁଇ ଜଣ ପ୍ରଥମେ କେତେ ଖୁସି, ସକାରତ୍ମକ, ଉତ୍ସାହି ଏବଂ ରୋମାଣ୍ଟିକ୍ ଥିଲେ । ସମୟ ସଂପର୍କକୁ ପୂରା ପୂରି ବଦଳାଇ ଦେଲାଣି । ଯେତେବେଳେ ଆପଣଙ୍କ ସାଥୀ ଆପଣଙ୍କ ପାଖରେ ଥାନ୍ତି ସେତେବେଳେ ଆପଣ ଖୁସି ନଥାନ୍ତି ଏବଂ କିଛିବି କହିବା ପୂର୍ବରୁ ଭାବିବାକୁ ପଡିଥାଏ ତ ସଂପର୍କକୁ ଭାଙ୍ଗିଦେବା ହିଁ ଠିକ୍ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.