ରାଜ୍ୟରେ ଜଳବନ୍ଦୀ ପରିସ୍ଥିତି ନେଇ ରାଜନୀତି : ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର : ରାଜ୍ୟରେ ଜଳବନ୍ଦୀ ପରିସ୍ଥିତି ନେଇ ରାଜନୀତି ତେଜିଛି । ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ସ୍ମାର୍ଟସିଟିର ମାନ୍ୟତା ପାଇବା ପରେ ଭୁବନେଶ୍ୱର ଉନ୍ନତି ପରିବର୍ତ୍ତେ ଅବନତି ଆଡ଼କୁ ଗତି କରୁଛି । ସହରାଞ୍ଚଳ ବିକାଶ ଯୋଜନାରେ ସେତେବେଳେ ୟୁପିଏ ସରକାର ଦେଇଥିବା ଅର୍ଥ ହରିଲୁଟ୍‌ ହୋଇଥିବା ଜୟଦେବ ଅଭିଯୋଗ କରିଛନ୍ତି । ସେପଟେ ଜୟଦେବଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି, ୧୯୯୯ ମହାବାତ୍ୟା ଓ ଫାଇଲିନ୍‌ଠାରୁ ବି ଏବେ ଅଧିକ ବର୍ଷା ହୋଇଛି । ଏହା ଏକ ପ୍ରାକୃତିକ ବିପର୍ୟ୍ୟୟ ଓ ଏହାର ମୁକାବିଲାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ପ୍ରାକୃତିକ ଦୁର୍ବିପାକକୁ ନେଇ ରାଜନୀତି କରିବା ଅନୁଚିତ ବୋଲି ବିଜେଡି କହିଛି ।

Leave A Reply

Your email address will not be published.