ବାରମ୍ବାର ହାତରୁ ଜିନିଷ ପଡୁଥିଲେ ହୋଇଯାଆନ୍ତୁ ସତର୍କ, ଦେଇଥାଏ ଅଶୁଭ ସଙ୍କେତ

ବାସ୍ତୁ ଶାସ୍ତ୍ରରେ କିଛି ଜିନିଷକୁ ଶୁଭ ଆଉ କେତେକକୁ ଅଶୁଭ ବୋଲି କୁହାଯାଏ। ସେହିଭଳି ଏମିତି କିଛି ଜିନିଷ ରହିଛି, ଯାହା ପଡିବା କିମ୍ବା ଖରାପ ହେବା ଦ୍ୱାରା ଅଶୁଭ ସଂକେତ ଦେଇଥାଏ। ଏହି ସଂକେତ ଭବିଷ୍ୟତରେ ହେବାକୁ ଥିବା ଖରାପ ଘଟଣାକୁ ଇସାରା ଦେଇଥାଏ। ଏମିତି କିଛି ଜିନିଷ ରହିଥାଏ, ଯାହା ହାତରୁ ପଡିବା ବାସ୍ତୁ ଶାସ୍ତ୍ରରେ ଅଶୁଭ ହୋଇଥାଏ।

ରୋଷେଇ ଘରେ କାମ କରୁଥିବା ସମୟରେ ଜିନିଷ ପଡିବା ସାଧାରଣ କଥା। କିନ୍ତୁ ଏମିତି କିଛି ଜିନିଷ ରହିଛି, ଯାହାକୁ ହାତରୁ ବାରମ୍ବାର ପଡୁଥିଲେ ସତର୍କ ହୋଇଯାଆନ୍ତୁ। ଯଦି ଆପଣଙ୍କ ହାତରୁ ବାରମ୍ବାର ତଳେ ଗୋଲମରିଚ ପଡିଯାଏ, ତେବେ ବୈବାହିକ ଜୀବନରେ ସମସ୍ୟା ଆସିବାର ସଂକେତ ଦେଇଥାଏ।

ରୋଷେଇ ଘରେ ବାରମ୍ବାର ତେଲ ଢାଳିଯିବା ଦ୍ୱାରା ଶନିଦେବ କୋପ କରନ୍ତି। ଶନିଙ୍କ କୋପ ଦୃଷ୍ଟି ପଡିଲେ ପରିବାର ଉପରେ ସଙ୍କଟ ଆସିଥାଏ। ଏଥିରୁ ବଞ୍ଚିବା ପାଇଁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ଅବଲମ୍ବନ କରନ୍ତୁ।

ସେହିପରି ବାରମ୍ବାର ହାତରୁ ଲୁଣ ପଡିବା ମଧ୍ୟ ଅଶୁଭ ହୁଏ। ବାରମ୍ବାର ଲୁଣ ପଡିବା ଧନ ହାନି ଏବଂ ଷ୍ଟ୍ରେସର କାରଣ ହୋଇଥାଏ। ଏହା ଘରେ ବାସ୍ତୁଦୋଷ ହେବାର ସଂକେତ ଦେଇଥାଏ।

salt
Image Credit: Jagran

ଭୋଜନରେ ମା’ ଅନ୍ନପୂର୍ଣ୍ଣା ବାସ କରନ୍ତି। ଯଦି ମା’ ଲକ୍ଷ୍ମୀ ରୋଷ କରନ୍ତି, ତେବେ ଦାନାଟିଏ ପାଇଁ ମଧ୍ୟ ମିଳିବ ନାହିଁ। ତେଣୁ ବାରମ୍ବାର ହାତରୁ ଅନ୍ନ ପଡିବା ଅଶୁଭ ହୋଇଥାଏ।

ଜ୍ୟୋତିଷ କିମ୍ବା ବାସ୍ତୁ ଶାସ୍ତ୍ରରେ ହାତରୁ କ୍ଷୀର ପଡିବା ଅଶୁଭ ହୋଇଥାଏ। କ୍ଷୀର ପବିତ୍ର ବୋଲି ଧରାଯାଏ। ଯଦି ବାରମ୍ବାର ଘରେ କ୍ଷୀର ପଡିଯାଏ, ତେବେ ନକାରାତ୍ମକ ଶକ୍ତି ଘରେ ରହିଥିବା ସଂକେତ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.