ବିବାହ କରିବା ପୂର୍ବରୁ ସାଥୀଙ୍କୁ ପଚାରି ନିଅନ୍ତୁ ଏହି ୬ଟି ପ୍ରଶ୍ନ

ବିବାହ କରିବା ପୂର୍ବରୁ ଅମେ ବ୍ୟକ୍ତି, ପଇସା ଏବଂ ପରିବାର ଦେଖିଥାଉ । କିନ୍ତୁ ଅସଲରେ ଗୋଟେ ସତ ସଂପର୍କ ପାଇଁ ଏହି କଥାର କିଛି ଆବଶ୍ୟକ ନଥାଏ । ବେଳେବେଳେ ଆମେ ଆମ ସାଥୀଙ୍କ ପ୍ରେମରେ ଏତେ ମାତ୍ରାରେ ପଡିଯାଇଥାଉ ଯେ, କିଛି ଜରୁରୀ କଥାକୁ ଜାଣିଶୁଣି ନଜରଅନ୍ଦାଜ୍ କରିଥାଉ । ଆସନ୍ତୁ ଜାଣିବା ତାହା କେଉଁ ଜିନିଷ ଯାହା ବିବାହ ପୂର୍ବରୁ ଜାଣିବା ନିହାତି ଦରକାର ।

ସାଥୀ ବିବାହ ପାଇଁ ମାନସିକରୂପରେ ପ୍ରସ୍ତୁତ ଅଛନ୍ତି କି ନାହାଁନ୍ତି ଜାଣିବା ଜରୁରୀ ଏବଂ ଏହା ସହିତ ଏସବୁ ବିଷୟରେ ମଧ୍ୟ ଜାଣି ନିଅନ୍ତୁ କି’ ଆପଣଙ୍କ ସାଥୀ କୌଣସି ଚାପରେ ଆସି ଆପଣଙ୍କୁ ବିବାହ କରିବାକୁ ଚାହୁଁନାହାଁନ୍ତି ତ ? ।

ବିବହା ସ୍ଥିର ହୋଇଥିବା ସାଥୀଙ୍କର ଚାକିରୀ ବିଷୟରେ ଠିକ୍ ସୂଚନା ରଖିବା ଆବଶ୍ୟକ । ଅନେକ ସମୟରେ ଦେଖାଯାଏ କହିବା କଥା ଉପରେ କିଛି ଲୋକ ବିଶ୍ବାସ କରିନେଇଥାନ୍ତି ।

ସାଥୀଙ୍କୁ ଏହି ପରି ପ୍ରଶ୍ନ ମଧ୍ୟ କରିନେବା ଉଚିତ୍ କି’ ବିବାହ ପରେ ସେ ଏକା ରହିବାକୁ ଚାହାଁନ୍ତି କି ଫ୍ୟାମିଲି ସହିତ ମିଶିକରି ରହିବା ପାଇଁ ଚାହାଁନ୍ତି । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ସାଥୀ ବିବାହ ପରେ ଆପଣଙ୍କୁ କୌଣସି ପ୍ରକାରର ପ୍ରଶ୍ନ ନକରନ୍ତୁ ତେବେ ଏହି ପ୍ରଶ୍ନ ଆପଣ ନିଶ୍ଚୟ ତାଙ୍କୁ ପଚାରି ନିଅନ୍ତୁ ।

ଯଦି ବିବାହ ପାଇଁ ସ୍ଥିର ହୋଇଥିବା ବ୍ୟକ୍ତି କୌଣସି ଚାକିରୀ କରୁନାହାଁନ୍ତି ତେବେ ନିହାତି ଜାଣିବା ପାଇଁ ଚେଷ୍ଟା କରନ୍ତୁ କି’ ସେ ଆର୍ଥିକ ରୂପରେ କାହା ଉପରେ ନିର୍ଭର କରୁଛନ୍ତି କି ନାହିଁ ।

ଆପଣଙ୍କର ବିବାହ ହେବାକୁ ଥିବା ଜୀବନ ସାଥୀଙ୍କର ପସନ୍ଦ ନାପସନ୍ଦ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । ହେଇପାରେ ତାଙ୍କର ପସନ୍ଦ ଏବଂ ଅଭ୍ୟାସ୍ ଆପଣଙ୍କର ବିଲକୁଲବି ନାପସନ୍ଦ ଥିବ । ଏହି କାରଣ ଅଗକୁ ଝଗଡା ଆରମ୍ଭ କରିଥାଏ ।

ବିବାହ ପୂର୍ବରୁ ଜାଣି ନିଅନ୍ତୁ ଆପଣଙ୍କ ସାଥୀ ଫ୍ୟାମିଲି ପ୍ଲାନିଙ୍ଗ୍ ବିଷୟରେ କ’ଣ ଭାବିଛନ୍ତି । ଛୁଆ କେବେ ଏବଂ କେତୋଟି କରିବା ପାଇଁ ଚାହାଁନ୍ତି ଏ ବିଷୟରେ ବୁଝିନେବା ନିହାତି ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.