Below header

ଆଜି ହିଁ ଘରେ ବନାନ୍ତୁ ବେଙ୍ଗଲୀ ଷ୍ଟାଇଲ ଖେଚୁଡ଼ି, ସ୍ୱାଦ ଏମିତି ଯେ କେବେବି ଭୁଲି ପାରିବେ ନାହିଁ

ଘରେ ନିରାମିଷ ଖାଦ୍ୟ ବନାଇବା କଥା ଭାବିଲେ ଅତି ସହଜରେ ଆମ ମାଇଣ୍ଡକୁ ଖେଚୁଡ଼ି କଥା ଆସିଯାଏ । କାରଣ ଏହାକୁ ପ୍ରସ୍ତୁତ କରିବା ଯେତିକି ସହଜ ଖାଇବାକୁ ମଧ୍ୟ ଠିକ ସେହିପରି ସ୍ୱାଦିଷ୍ଟ ହୋଇଥାଏ । କଣ ଆପଣ କେବେ ଭିନ୍ନ ପ୍ରକାରର ଖିଚଡୀ ଘରେ ଟ୍ରାଏ କରିଛନ୍ତି କି ? ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବେଙ୍ଗଲୀ ଷ୍ଟାଇଲ ଖିଚଡୀ । ଯାହା ଥରେ ଖାଇବା ପରେ ଆପଣ ବାରମ୍ବାର ଖାଇବାକୁ ଇଛା କରିବେ । ତାହେଲେ ଆସନ୍ତୁ ଜାଣିବା ଘରେ ଅତି ସହଜରେ କିପରି ପ୍ରସ୍ତୁତ କରିବେ ବେଙ୍ଗଲୀ ଷ୍ଟାଇଲର ସ୍ୱାଦିଷ୍ଟ ଖେଚୁଡ଼ି ।

ଆବଶ୍ୟକ ସାମଗ୍ରୀ

୨୫୦ ଗ୍ରାମ ବାସୁମତୀ ଚାଉଳ, ୧୦୦ ଗ୍ରାମ ଡ଼ାଲି, ଗୋଟିଏ ଫୁଲକୋବି, ୨ଟି ଆଳୁ, ୨୦୦ ଗ୍ରାମ ଗ୍ରୀନ ମଟର, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଜିରା, ହେଙ୍ଗୁ ଅଳ୍ପ, ଅଦା, କଞ୍ଚାଲଙ୍କା ୨ଟା, ଶୁଖିଲା ଲଙ୍କା ୨ଟି, ୨ ଚାମଚ ଦେଶୀ ଘିଅ, ତେଜପତ୍ର, ଡାଲଚିନି, ଲବଙ୍ଗ, ଅଳେଇଚ, କାଜୁ, ଧନିଆ ପତ୍ର ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନ ନେଇ ସେଥିରେ ଅଳ୍ପ ତେଲ ଦେଇ ମୁଗଡାଲିକୁ ଟିକିଏ ଭାଜି ଦିଅନ୍ତୁ । ତାପରେ ସେଥିରେ ଚାଉଳ ସହିତ ପରିବା (କୋବି, ଆଳୁ, ମଟର) ଓ କଞ୍ଚାଲଙ୍କା ପକାଇ କିଛି ସମୟ ଗୋଳାନ୍ତୁ । ତାପରେ ସେଥିରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ତେଜପତ୍ର, ଡାଲଚିନି, ଲବଙ୍ଗ, ଅଳେଇଚ, ଓ ଲୁଣ ପକାଇ କିଛି ସମୟ ଗୋଳାଇ ପାଣି ଦେଇ ଦିଅନ୍ତୁ । ଗ୍ୟାସର ଆଞ୍ଚକୁ ଧିମା କରିଦିଅନ୍ତୁ ଓ କିଛି ସମୟ ବ୍ୟବଧାନରେ ଏହାକୁ ଗୋଳାନ୍ତୁ । ଏହା ଭାଲାଭବେ ସିଝିଗଲା ପରେ ତାକୁ ଓହ୍ଲାଇ ଦିଅନ୍ତୁ । ତାପରେ ଆଉ ଏକ ପ୍ୟାନ ଗରମ କରି ସେଥିରେ ଦେଶୀ ଘିଅରେ ଜିରା, ଶୁଖିଲା ଲଙ୍କା ଓ ହେଙ୍ଗୁ ପକାଇ ଛୁଙ୍କ ଲଗାନ୍ତୁ ଆଉ ତାପରେ ଏହି ଛୁଙ୍କକୁ ଖେଚୁଡ଼ି ଉପରେ ପକାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବେଙ୍ଗଲୀ ଷ୍ଟାଇଲ ଖେଚୁଡ଼ି । ଏହାକୁ ଆପଣ ଭାଜି ରଖିଥିବା କାଜୁ ଓ ଧନିଆପତ୍ରରେ ଗାର୍ନିସ କରି ଗରମ ଗରମ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.