ରାତିରେ କେଶ ବାନ୍ଧିକି ଶୋଇବା ଉଚିତ୍ ନା ଖୋଲିକି ? ଜାଣନ୍ତୁ ସଠିକ୍ ଉତ୍ତର

ପୁରୁଣା ସମୟର ମହିଳାମାନେ ରାତିରେ କେଶ ବାନ୍ଧି ଶୋଇଥାନ୍ତି । ଏହା ସହ ଅନ୍ୟମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପରାମର୍ଶ ଦେଇଥାନ୍ତି । ହେଲେ କେବେ ଆପଣ ଭାବିଛନ୍ତି ରାତିରେ କେଶ ବାନ୍ଧି ଶୋଇଲେ ସତରେ ଲାଭ ମିଳିଥାଏ । ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣକୁ ଆଜି ଜଣାଇବୁ ରାତିରେ କେଶ ବାନ୍ଧି ଶୋଇବା ଉଚିତ୍ କି ନୁହେଁ ।

ରାତିରେ ବଢିଥାଏ ଶୁଷ୍କତା :

hair ରାତି ସମୟ କେଶକୁ ଶୁଷ୍କ ଏବଂ ଦୁର୍ବଳ କରିଦିଏ । କାରଣ ମୁଣ୍ଡ ତଳେ ଥିବା ତକିଆ କେଶରୁ କୋମଳତା ଏବଂ ତେଲ ଟାଣିନିଏ । ତେଣୁ ସକାଳୁ ଉଠି ପାନିଆ କରିବା ସମୟରେ କେଶ ଦୁର୍ବଳ ହୋଇ ଛିଡିବାକୁ ଲାଗିଥାଏ । ତେଣୁ ରାତିରେ କେଶକୁ ବାନ୍ଧି କିମ୍ବା ସ୍କାର୍ପ ଲଗାଇ ଶୋଇବା ଉଚିତ୍ ।

ଭଲ କୁଞ୍ଚ ହୋଇଥାଏ :

ଯଦି ଭଲ କୁଞ୍ଚୁ କୁଞ୍ଚିଆ କେଶ ଚାହୁଁଛନ୍ତି ତେବେ ରାତିରେ ବାନ୍ଧି ଶୁଅନ୍ତୁ । ଏଥିପାଇଁ ଉପରେ କେଶକୁ ଗୁଡାଇ ଭଲ ଭାବରେ ବାନ୍ଧି ଦିଅନ୍ତୁ ।

ହେୟାର୍ ମାସ୍କ ଲଗାନ୍ତୁ :

hair maskକିଏ ନଚାହେଁ ସକାଳୁ ଶୋଇ ଉଠିବା ପରେ କେଶ କୋମଳ ଏବଂ ସିଲ୍କି ରହୁ। ଯଦି ଆପଣ ବି ଏହା ଚାହୁଁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ କେଶରେ ଭଲ ଭାବରେ ମାସ୍କ ଲଗାନ୍ତୁ । ଏହା ପରେ ସାୱର୍ କ୍ୟାପ୍ ଲଗାଇ ଦିଅନ୍ତୁ ଏବଂ ସକାଳୁ ଉଠି ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ କେଶ ଆଗଠାରୁ ଅଧିକ ସଫ୍ଟ ହୋଇଯାଇଥିବ ।

ସିଲ୍କ ତକିଆ କଭର୍ ବ୍ୟବହାର କରନ୍ତୁ :

କେଶକୁ କୋମଳ କରିବା ସିଲ୍କ ତକିଆ କଭର୍ ବ୍ୟବହାର କରନ୍ତୁ । କଟନ୍ ତକିଆ କଭର୍ ବ୍ୟବହାର କଲେ କେଶ ଅଧିକ ଶୁଷ୍କ ହୋଇଥାଏ । ତେଣୁ ଆପଣ ବି ଯଦି କଟନ୍ ତକିଆ କଭର୍ ବ୍ୟବହାର କରୁଛନ୍ତି ଆଜି ହିଁ ବଦଳାଇ ଦିଅନ୍ତୁ ।

ଓଦା କେଶ ବାନ୍ଧନ୍ତୁ ନାହିଁ :

hairଯଦି ଆପଣ ସୁସ୍ଥ କେଶ ଚାହୁଁଛନ୍ତି ତେବେ କେବେ ବି ଓଦା କେଶକୁ ବାନ୍ଧି ଶୁଅନ୍ତୁ ନାହିଁ । ଏହା ଦ୍ବାରା କେଶ ଅଧିକ ଝଡିବା ସମ୍ଭାବନା ଥାଏ । ଯଦି କେଶ ବାନ୍ଧିବା ନିହାତି ଜରୁରୀ ତେବେ ଧ୍ୟାନ ରଖନ୍ତୁ ଅନ୍ତତଃ କେଶ ୮୦ ପ୍ରତିଶତ ଶୁଖିଥିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.