ଶୀତଦିନେ କାହିଁକି ଝଡ଼େ ଚୁଟି ? ଜାଣନ୍ତୁ ଏହା ପଛରେଥିବା ଦଶଟି କାରଣ ଓ ଏଥିରୁ ମୁକ୍ତି ପାଇବାପାଇଁ ଘରୋଇ ଉପଚାର

ଶୀତଦିନେ କେବଳ ତ୍ୱଚା ନୁହେଁ କେଶ ମଧ୍ୟ ରୁକ୍ଷ ଓ ଶୁଷ୍କ ହୋଇଯାଏ ଏବଂ ଏହାକୁ ଅତିରିକ୍ତ ପୋଷଣର ଆବଶ୍ୟକତା ରହିଥାଏ । ଶୀତଦିନେ ଚୁଟି ଝଡ଼ିବା ଏକ ବଡ଼ ସମସ୍ୟା ହୋଇଥାଏ ଯେଉଁଥିରୁ ମୁକ୍ତି ପାଇବା ବହୁତ କଷ୍ଟକର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶୀତଦିନେ ଚୁଟି ଝଡିବାର କାରଣ କଣ ଏବଂ ଏଥିରୁ ମୁକ୍ତି ପାଇବାର ଉପାୟ ।

ପୋଷଣର ଅଭାବ କେଶ ଝଡିବାର ଏକ ପ୍ରମୁଖ କାରଣ ଅଟେ କିନ୍ତୁ ଏହାବ୍ୟତୀତ ମଧ୍ୟ କିଛି କାରଣ ରହିଛି ଯାହା ଚୁଟି ଝଡ଼ିବା ପାଇଁ ଦାୟୀ । ସେଗୁଡିକ ହେଉଛି-

  • ଡିପ୍ରେସନ
  • ଏନିମିୟା
  • ଚୁଟି ସହ ଏକ୍ସପେରିମେଣ୍ଟ
  • ଭିଟାମିନର ଅଭାବ
  • ପ୍ରୋଟିନର ଅଭାବ
  • ହାଇପୋ-ଥାଇରୋଡ଼ିଜମ
  • ରୁପି
  • ବୋରିଂ ପାଣିରେ ମୁଣ୍ଡ ଧୋଇବା
  • ଆନୁବଂଶିକ
  • କେଶମୂଳରେ ଇନଫେକ୍ସନ

କେଶ ଝଡ଼ିବାରୁ ମୁକ୍ତି ପାଇବା ପାଇଁ ଏହାର କାରଣ ଜାଣିବା ଏବଂ ତାର ଠିକ ଉପଚାର କରିବା ନିହାତି ଜରୁରୀ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଏହାର ଘରୋଇ ଉପଚାର ।

ନଡ଼ିଆ ତେଲ

Image result for coconut oil

ଚୁଟିକୁ ପୋଷଣ ଦେବାପାଇଁ ନଡ଼ିଆତେଲ ବହୁତ ଉପଯୋଗୀ ହୋଇଥାଏ । ନଡ଼ିଆ ତେଲକୁ ଟିକିଏ ଗରମ କରି କେଶମୂଳରେ ହାଲକା ମସାଜ କରିବା ଦ୍ୱାରା ମୂଳକୁ ପୋଷଣ ମିଳିଥାଏ ଏବଂ ଚୁଟି ମଜବୁତ ହୋଇଥାଏ । ଏହାକୁ କମ ସେ କମ 1 ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହା ବ୍ୟତୀତ ନଡ଼ିଆ କ୍ଷୀର ମଧ୍ୟ ଚୁଟି ପାଇଁ ବହୁତ ଉପକାରୀ ହୋଇଥାଏ ଏହାକୁ କେଶରେ ଲଗାଇ ଏକ ଘଣ୍ଟା ରଖି ଧୋଇଲେ କେଶକୁ ବହୁତ ପୋଷଣ ମିଳିଥାଏ ।

ମନ୍ଦାର ଫୁଲ

Image result for Red flower jaggery

ନାଲି ମନ୍ଦାରଫୁଲ କେଶପାଇଁ ବରଦାନ ସଦୃଶ ହୋଇଥାଏ । ମନ୍ଦାର ଫୁଲକୁ ପେଷି ନଡ଼ିଆତେଲ ସହିତ ମିଶାଇ ଚୁଟିରେ 1 ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଏହାପରେ ଏହାକୁ ଭଲଭାବେ ଧୋଇ ଦିଅନ୍ତୁ । ଯାହାଫଳରେ ଚୁଟିରୁ ରୁପି ଦୂରହେବା ସହିତ ଚୁଟି ମଜବୁତ ଏବଂ ଚମକଦାର ହୋଇଥାଏ ।

ଅଣ୍ଡା

Image result for egg

ଅଣ୍ଡା ପ୍ରୋଟିନରେ ଭରପୁର ହୋଇ ରହିଥାଏ । ଏହାସହିତ ଏଥିରେ ଜିଙ୍କ, ମିନେରାଲ ଏବଂ ସଲଫର ମଧ୍ୟ ରହିଥାଏ । ଏହି ସମସ୍ତ ପୋଷାକ ତତ୍ତ୍ୱ ମିଶି କେଶକୁ ମଜବୁତ କରିଥାଏ ଏବଂ କେଶ ଝଡ଼ିବାବନ୍ଦ କରିଥାଏ । ଅଣ୍ଡାର ଧଳା ଅଂଶକୁ ଅଲିଭ ଅଏଲ ସହ ମିଶାଇ କେଶମୂଳରେ ମସାଜ କଲେ ଏହା ଶକ୍ତ ହେବା ସହିତ କେଶକୁ ପ୍ରୋଟିନ ମିଳିଥାଏ ।

ପିଆଜ

Image result for onion

ପିଆଜ ରସ ଲଗାଇବା ଦ୍ୱାରା କେବଳ କେଶ ଝାଡ଼ିବା ବନ୍ଦ ହୁଏ ତା ନୁହେଁ ବରଂ ଏହା ପୁଣିଥରେ ଚୁଟି ଉଠିବା ସହିତ ଏହାକୁ ବଢ଼ିବାରେ ସହାୟକ ହୋଇଥାଏ । ସପ୍ତାହରେ ଦୁଇଥର ପିଆଜ ରସ ଲଗାଇବା ଦ୍ୱାରା ଏହା ଚୁଟିକୁ ବହୁତ ମଜବୁତ କରିଥାଏ ଏବଂ ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ।

ରସୁଣ

Image result for garlic

ରସୁଣରେ ସଲଫର ଭାଗ ଅଧିକ ରହିଥିବା କାରଣରୁ ଏହା କେଶପାଇଁ ବହୁତ ଫାଇଦାବାନ ହୋଇଥାଏ । ଏହାକୁ ନଡ଼ିଆତେଲରେ ମିଶାଇ ଅଥବା ଏହାର ଜୁସକୁ ନଡ଼ିଆତେଲରେ ମିଶାଇ କେଶରେ ଲଗାଇବା ଦ୍ୱାରା ବହୁତ ଲାଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.