ସୁଇମିଂ ପୁଲ୍‌ ଭିତରେ ପଶି ବାର୍ଥ ଡେ’ କେକ୍‌ କାଟିଲେ କରିସ୍ମା ତନ୍ନା, ଦେଲେ ବୋଲ୍ଡ ଲୁକ୍‌

ଅଭିନେତ୍ରୀ କରିସ୍ମା ତନ୍ନା ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। କେବଳ ଏତିକି ନୁହେଁ, ସେ ବଲିଉଡ୍‌ରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛନ୍ତି। ୨୧ ଡିସେମ୍ବରରେ କରିସ୍ମା ନିଜର ୩୬ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଉଠାଇଥିବା କିଛି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

kari4

କରିସ୍ମା ଶେୟାର କରିଥିବା ଫଟୋଗୁଡ଼ିକରେ ସେ ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି। ଅଲଗା ଅଲଗା ପୋଜ୍‌ରେ ସେ ଫଟୋଗୁଡ଼ିକୁ ଉଠାଇଛନ୍ତି। ଏହି ସମୟରେ କରିସ୍ମା ଡିଲିଶିୟସ୍‌ ଖାଦ୍ୟର ମଧ୍ୟ ମଜା ନେଉଛନ୍ତି। କରିସ୍ମା ଫଟୋଗୁଡ଼ିକୁ ଶେୟାର କରି କ୍ୟାପ୍‌ସନ ଲେଖିଛନ୍ତି, ‘ହାପି ବାର୍ଥ ଡେ ଟୁ ମି’। କରିସ୍ମା ଏଥର ନିଜ ଜନ୍ମଦିନ ମଉକାରେ ମାଳଦ୍ୱୀପ ବୁଲିବାକୁ ଯାଇଛନ୍ତି। ଆଉ ସେଠାରେ ସେ ନିଜ ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ୍‌ କରୁଛନ୍ତି।

kari3

ଜନ୍ମଦିନ ଅବସରରେ କରିସ୍ମାଙ୍କୁ ପ୍ରଶଂସକଙ୍କଠାରୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସିଛି। ସୁଇମିଂ ପୁଲ୍‌ ଭିତରେ ପଶି ବୋଲ୍ଡ ଅନ୍ଦାଜରେ କରିସ୍ମାଙ୍କ ବାର୍ଥ ଡେ’ ସେଲିବ୍ରେଶନ ତାଙ୍କ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ତେବେ ଏହା ପୂର୍ବରୁ ଅଭିନେତ୍ରୀ ଜଣକ ପ୍ରି-କ୍ରିସ୍‌ମାସ ସେଲିବ୍ରେଶନର ଫଟୋଗୁଡ଼ିକୁ ମଧ୍ୟ ଶେୟାର କରିଥିଲେ, ଯେଉଁଥିରେ ସେ କ୍ରିସ୍‌ମାସ ଗିଫ୍ଟ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.