ଗଞ୍ଜାମ : ସ୍କୁଲ ବହିକୁ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ଶିକ୍ଷୟିତ୍ରୀ

ଗଞ୍ଜାମ (କେନ୍ୟୁଜ୍) : ସ୍କୁଲକୁ ଆସୁଥିବା ବହିକୁ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ଶିକ୍ଷୟିତ୍ରୀ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଘଟଣା। ଶିକ୍ଷୟିତ୍ରୀ ସାବିତ୍ରୀ ଦେବୀ ପିଲାଙ୍କ ପାଇଁ ଆସିଥିବା ବହିକୁ ବସ୍ତା କରି ପାଟପୁରର ଏକ ଦୋକାନକୁ ବିକି ଦେଇଥିବା ଅଭିଯୋଗ ହୋଇଛି। ଦୋକାନରେ ୩ ଜଣ ମହିଳା ବହି ବିକ୍ରି କରୁଥିବା ବେଳେ, ଗ୍ରାମବାସୀ ତାଙ୍କୁ ସନ୍ଦେହ କରି ଘେରିଥିଲେ। ଘଟଣାସ୍ଥଳରେ ଶିକ୍ଷୟିତ୍ରୀ ଜଣଙ୍କ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସଂପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.