ମାସ ମାସ ପର୍ଯ୍ୟନ୍ତ ପନୀରକୁ ଫ୍ରିଜରେ କରିପାରିବେ ଷ୍ଟୋର, ବଦଳିବନି ସ୍ୱାଦ କି ରଙ୍ଗ

ଦୀପାବଳିରେ ଅଧିକାଂଶ ଲୋକ ପନୀରରେ ବ୍ୟଞ୍ଜନ କରିବାକ ପସନ୍ଦ କରନ୍ତି। ଆଉ ବେଳେ ବେଳେ ପନୀରକୁ ରୋଷେଇରେ ବ୍ୟବହାର କରିବା ପରେ ମଧ୍ୟ କିଛି ବଳକା ରହିଯାଏ। ଏହାକୁ ଆମେ ଫ୍ରିଜରେ ରଖିବା ସତ୍ତ୍ୱେ ମଧ୍ୟ ଏହୋର ରଙ୍ଗ ଏବଂ ସ୍ୱାଦରେ ପରିବର୍ତ୍ତନ ଆସିଥାଏ। ତେଣୁ ଆଉ ଖାଇବାକୁ ଭଲ ଲାଗେ ନାହିଁ। ପନୀରକୁ ଅଧିକ ଦିନ ଆପଣ ଫ୍ରେଶ ରଖିବାକୁ ଚାହୁଁଥିଲେ କିଛି ଟିପ୍ସ ଫଲୋ କରନ୍ତୁ…

ଦୁଇଦିନ ପର୍ଯ୍ୟନ୍ତ କେମିତି ରଖିବେ ଷ୍ଟୋର:

ଯଦି ଆପଣ ପନୀରକୁ ୧-୨ ଦିନ ପର୍ଯ୍ୟନ୍ତ ଷ୍ଟୋର କରିବାକୁ ଚାହୁଁଚନ୍ତି, ତେବେ ପ୍ରଥମେ ସବୁଠାରୁ ସହଜ ଉପାୟ ହେଉଛି, ଯେଉଁ ପାତ୍ରରେ ପନୀର ରଖୁଛନ୍ତି, ସେଥିରେ କିଛି ପାଣି ଭରି ସେଥିରେ ପନିର ରଖନ୍ତୁ। ପନୀର ଯେପରି ପାଣିରେ ବୁଡିକି ରୁହେ ଏହାର ଧ୍ୟାନ ରଖନ୍ତୁ। ପନୀର ଯଦି ସଂପୂର୍ଣ୍ଣ ଭାବେ ପାଣି ନବୁଡେ ତେବେ ଏଥିରେ ଖଟାପଣ ଆସିଯାଏ। ଆଉ ମଧ୍ୟ ପନୀର ହଳଦିଆ ରଙ୍ଗରେ ପରିବର୍ତ୍ତନ ହୋଇଯାଏ।

ସପ୍ତାହେ ପାଇଁ :

ଏହା ବାଦ୍‌ ଆପଣ ଯଦି ପନୀରକୁ ସପ୍ତାହେ ପର୍ଯ୍ୟନ୍ତ ଫ୍ରେଶ ରଖିବାକୁ ଚାହୁଁଚନ୍ତି, ତେବେ ଏହାକୁ ଅନ୍ୟ ପ୍ରକାରରେ ମଧ୍ୟ ଷ୍ଟୋର କରିପାରିବେ। ପ୍ରଥମେ ଏହାକୁ ଏକ ପାତ୍ରରେ ପାଣି ନିଅନ୍ତୁ ଏବଂ ସେଥିରେ ୧ ଚାମଚ ଲୁଣ ପକାନ୍ତୁ। ଏବେ ଏହି ପାଣିରେ ପନୀରକୁ ପକାଇ ଦିଅନ୍ତୁ। ପନୀର ଭଲ ଭାବେ ପାଣିରେ ବୁଡି ରହିବା ଉଚିତ। ଏହାକୁ ଆପଣ ଢାଙ୍କି ଦିଅନ୍ତୁ। ୨ ଦିନ ପରେ ଏହି ପାଣି ଏବଂ ରଖିଥିବା ପାତ୍ରକୁ ବଦଳାଇ ଦିଅନ୍ତୁ। ଆପଣ ପୁରା ସପ୍ତାହରେ ଏପରି ୨ ଦିନରେ ଥରେ ପନୀରକୁ ପାଣି ବଦଳାଇ ରଖିପାରିବେ। ଏପରି କଲେ ପନୀର ୭ରୁ ୧୦ ଦିନ ପର୍ଯ୍ୟନ୍ତ ଷ୍ଟୋର ହୋଇ ରହିପାରିବ।

paneer
Image Credit: sanjanafeasts

ମାସକ ପାଇଁ:

ପନୀରକୁ ୨ ଦିନ କି ସପ୍ତାହେ ନୁହେଁ, ଯଦି ଆପଣ ଏକ ମାସ ପାଇଁ ଷ୍ଟୋର କରି ରଖିବାକୁ ଚାହୁଁଛନ୍ତି, ତେବେ ପ୍ରଥମକୁ ଛୋଟ ଛୋଟ କରି ଏକ ଟ୍ରେରେ ରଖି ଫ୍ରିଜରରେ ରଖିଦିଅନ୍ତୁ। ପନୀର ବରଫ ଭଳି ଜମା ହୋଇ ହାର୍ଡ ହୋଇଗଲେ, ଏହାକୁ ଏକ ଜିପ୍‌ ବ୍ୟାଗରେ ଭରି ଫ୍ରିଜରରେ ରଖିଦିଅନ୍ତୁ। ଏବେ ଯେତେବେଳେ ପନୀର ବ୍ୟବହାର କରିବେ ଏହାକୁ ଫ୍ରିଜରରୁ ବାହାର କରି ରଖିଦିଅନ୍ତୁ। ଏହାକୁ ଅଳ୍ପ ଗରମ ପାଣିରେ ପକାଇ ଦିଅନ୍ତୁ। ପନୀର ସଫ୍ଟ ହୋଇଯିବା ପରେ ବ୍ୟବହାର କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.