କିଏ କହିଲା ଟୁଥବ୍ରଶ୍ କେବଳ ଦାନ୍ତ ସଫା କରିଥାଏ ? ଚେହେରା ମଧ୍ୟ ଚମକିବ ଯଦି ଆମେ କହୁଥିବା ଏହି ଉପାୟରେ କରିବେ ବ୍ୟବହାର

କେବଳ ଦାନ୍ତ ସଫା କରିନଥାଏ ବରଂ ଆପଣଙ୍କ ସୌନ୍ଦର‌୍ୟ୍ୟ ବଢାଇଥାଏ ଟୁଥ ବ୍ରଶ୍ । କଣ ଆଶ୍ଚର‌୍ୟ୍ୟ ହୋଇଗଲେ ନା ଶୁଣିକି । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । କେବଳ ଦାନ୍ତ ସଫା କରିବା ପାଇଁ ନୁହେଁ ଆହୁରି ଅନେକ କାମରେ ବ୍ୟବହାର କରିପାରିବେ ଟୁଥବ୍ରଶ୍ । ପ୍ରତିଦିନର ଅନେକ ଛୋଟ ଛୋଟ କାମ ପାଇଁ ବଡ଼ ଲାଭଦାୟକ ଟୁଥବ୍ରଶ୍ । ଆସନ୍ତୁ ଜାଣିବା କେମିତି କରିବେ ବ୍ୟବହାର ।

ନଖ ସଫା :

toothbrush-beauty-hacks-clean-nails-700x500ଦାନ୍ତ ବ୍ୟତୀତ ନଖକୁ ଭଲ ଭାବରେ ଟୁଥବ୍ରଶ୍ ସାହାଯ୍ୟରେ ସଫା କରିପାରିବେ । ଯେତେବେଳେ ମେନିକ୍ୟୋର୍ ଏବଂ ପେଡିକ୍ୟୋର୍ କରୁଛନ୍ତି ସେତେବେଳେ ଟୁଥବ୍ରଶ୍ ବ୍ୟବହାର କରନ୍ତୁ ।

ଓଠର ସୌନ୍ଦର‌୍ୟ୍ୟ :

Brush-Lipsଓଠରେ ଜମିଥିବା ମୃତ ତ୍ବଚାକୁ ହଟାଇବା ପାଇଁ ଟୁଥବ୍ରଶର ବ୍ୟବହାର କରିପାରିବେ । ଏହାର ବ୍ୟବହାର ଦ୍ବାରା ଓଠ ନରମ ଏବଂ ଗୋଲାପୀ ହୋଇଯିବ । ପ୍ରତିଦିନ ଦାନ୍ତ ବ୍ରଶ୍ କରିବା ପରେ ଓଠକୁ ହାଲକା ଭାବରେ ବ୍ରଶ୍ କରନ୍ତୁ ।

କରନ୍ତୁ ଆଇବ୍ରୋ ସେଟ୍  :

toothbrush-beauty-hacks-eyebrow-grooming-1ସେହିପରି ଆଇବ୍ରୋ ସେଟ୍ କରିବାକୁ ଟୁଥବ୍ରଶ୍ ବ୍ୟବହାର କରିପାରନ୍ତି । ଏହା ଦ୍ବାରା କାଜଲର ବ୍ୟବହାର କରି ଆଇବ୍ରୋକୁ ଘନ ଏବଂ କଳା କରିପାରିବେ ।

ଆଖି ପତ୍ତାକୁ ଘନ କରନ୍ତୁ:

Eyelashesମସ୍କରା ଲଗାଇବା ପରେ ଟୁଥବ୍ରଶକୁ ହଲକା ଭାବରେ ବ୍ୟବହାର କରନ୍ତୁ । ଆଖି ପତ୍ତା ଘନ ଏବଂ ଲମ୍ବା ଦେଖାଯିବା ସହ ଅତିରିକ୍ତ ମସ୍କରା ବାହାରିଯିବ ।

କରନ୍ତୁ ଗହଣା ସଫା  :

jewelry_cleaningଗହଣାରେ ଲାଗିଥିବା ମଇଳାକୁ ସଫା କରିବା ପାଇଁ ଟୁଥବ୍ରଶର ବ୍ୟବହାର କରିପାରିବେ । ପ୍ରଥମେ ହଲକା ଗରମ ପାଣିରେ ଗହଣାକୁ ପକାନ୍ତୁ । ଏହା ପରେ ଟୁଥବ୍ରଶ୍ ସାହାଯ୍ୟରେ ସଫା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.