ସିଡନୀରେ ଭାରତର ଦମଦାର ବିଜୟ, ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ

ସିଡନୀରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚକୁ ଜିତି ସିରିଜକୁ ବରାବର କରିଛି ବିରାଟ ବାହିନୀ । ମାତ୍ର ୪୧ ବଲରେ ୪ଟି ଚୌକା ଏବଂ ୨ ଛକା ମାରି ଅପରାଜିତ ୬୧ ରନ୍ କରିଛନ୍ତି ବିରାଟ୍ କୋହଲି । ଯାହା ଦେଇଛି ଟିମ୍ ଇଣ୍ଡିଆକୁ ଦମଦାର ବିଜୟ । ସିଡନୀରେ ଖେଳାଯାଇଥିବା ଏହି ଅନ୍ତିମ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ।

ଦଳର ଦୁଇ ଓପନର ଅଧିନାୟକ ଆରନ ଫିଞ୍ଚ୍ ଓ ଆର୍ସି ସର୍ଟ ଇନିଂସ ଆରମ୍ଭ କରିଥିଲେ । ତେବେ ସ୍କୋର ୬୮ରନ ହୋଇଥିବା ବେଳେ କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ ଫିଞ୍ଚ୍ । ଏହା ପରେ ପରେ ସ୍କୋର ୭୩ ହୋଇଥିବା ବେଳେ ଲଗାତାର ଭାବେ ସର୍ଟ ଓ ମାକଡରମଟଙ୍କ ଓ୍ଵିକେଟ ହରାଇଥିଲା ଅଷ୍ଟ୍ରେଲିଆ । ଆଲେକ୍ସ କ୍ୟାରୀ ଓ ମାର୍କସ ଷ୍ଟଇନିସଙ୍କ ଯଥାକ୍ରମେ ୨୭ ଓ ୨୫ ରନରେ ଦଳର ସ୍କୋର ୬ ଓ୍ଵିକେଟରେ ୧୬୪ ରନରେ ପହଞ୍ଚିଥିଲା ।

ଭାରତ ପକ୍ଷରୁ କୁନାଲ ପାଣ୍ଡ୍ୟା ୩୬ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ । ୧୬୫ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ହିଁ ଧୁଆଁଧାର ବ୍ୟାଟିଂ କରିଥିଲା । ଏହା ପରେ କଙ୍ଗାରୁ ଦଳକୁ ୬ ୱିକେଟରେ ମାତ୍ ଦେଇ ମ୍ୟାଚ୍ ହାତେଇନେଲା ଟିମ୍ ଇଣ୍ଡିଆ ।

ବ୍ରିସ୍‌ବେନ୍‌ରେ ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ଜିତିଥିବା ବେଳେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ କରାଯାଇଥିଲା। ଅନ୍ତିମ ଟି-୨୦ରେ ଭାରତ ବିଜୟୀ ହେବା ପରେ ସିରିଜ୍ ବରାବର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.