Below header

ତଣ୍ଟି ଦରଜ ହେବା ସହିତ କଫ ସମସ୍ୟା ରହିଛି କି ? ଏମିତି କରନ୍ତୁ ଘରୋଇ ଉପଚାର

ବର୍ତ୍ତମାନ କରୋନା ଭାଇରସ ଯୋଗୁଁ ସମସ୍ତେ ଚିନ୍ତିତ । ଏହି ଭାଇରସ ଯୋଗୁଁ ପ୍ରଥମେ ଥଣ୍ଡା, କଫ ହେବା ସହ ତଣ୍ଟି ଦରଜ ହୋଇଥାଏ । କିନ୍ତୁ ସବୁ ତଣ୍ଟି ଦରଜ ହେବା ଯେ କରୋନାର ଲକ୍ଷଣ ନୁହେଁ । ଏଥିରେ ଆପଣ ଡରିବାର ନାହିଁ । ଯଦି ଆପଣ ବିଭିନ୍ନ ଜାଗାରେ ପାଣି ପିଇବା ଦ୍ୱାରା ତଣ୍ଟି ଦରଜ ହେବା ସହିତ କଫ ମଧ୍ୟ ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏପରି ଉପାୟ ଆପଣାନ୍ତୁ ।

chaa

ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ । ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ । ଏହି ମିଶ୍ରଣକୁ ୨-୩ ମିିଟ୍ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ । ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ ।

ଅଦାକୁ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ । ଏହାକୁ ପାଣିରେ ମିଶାଇ ଭଲ ଭାବରେ ଫୁଟାନ୍ତୁ । ଏହାକୁ ଉଷୁମ ଅବସ୍ଥାରେ ପିଇଲେ କଫରୁ ଉପଶମ ମିଳିଥାଏ ।

home

ଦୁଇ ଚାମଚ ଲେମ୍ବୁ ରସରେ ଏକ ଚାମଚ ମହୁ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହି ମିଶ୍ରଣକୁ ପିଇଲେ କଫ ସମସ୍ୟା ଅକୋଂଶରେ ଦୂର ହୋଇଥାଏ ।

ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ପିଇଲେ କେବଳ କଫ ନୁହେଁ ଥଣ୍ଡାଜିତ ସମସ୍ୟା ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.