Below header

ଡିଆରଡିଓ ପ୍ରସ୍ତୁତ କଲା ବ୍ୟକ୍ତିଗତ ସାନିଟାଇଜେସନ ଏନକ୍ଲୋଜର, ମାତ୍ର 25 ସେକେଣ୍ଡରେ କରିପାରିବ ଫୁଲ ବଡି ସାନିଟାଇଜ

କରୋନା ପ୍ରକୋପକୁ ନଜରରେ ରଖି କେନ୍ଦ୍ର ସରକାର ଲଗାତାର ଏହାକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାରି ଭିତରେ ଡିଆରଡିଓ(Defense Research and Development Organization) ଏକ ଖାସ ସାନିଟାଇଜେସନ ଏନକ୍ଲୋଜର ପ୍ରସ୍ତୁତ କରିଛି, ଯେଉଁଥିରେ ଯଦି କେହି ବ୍ୟକ୍ତି ଯାଇଥାଏ, ତା’ହେଲେ ସେ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ ହୋଇଯାଇଥାଏ।

hyt

ଡିଆରଡିଓର ଅହମଦ ନଗର Vehicle Research and Development Establishment ଏହି ପୋର୍ଟେବଲ ସିଷ୍ଟମକୁ ପ୍ରସ୍ତୁତ କରିଛି। ଏଥିରେ ଗୋଟିଏ ଥରରେ ଜଣେ ହିଁ ବ୍ୟକ୍ତି ସାନିଟାଇଜ ହୋଇଥାଏ। ଏହି ପ୍ରକ୍ରିୟାରେ 25 ସେକେଣ୍ଡ ଲାଗିଥାଏ। ଏହି ଚ୍ୟାମ୍ବରର କ୍ଷମତା 700 ଲିଟର ଅଟେ ଏବଂ ଥରକେ ଭର୍ତ୍ତି ହୋଇଯିବା ପରେ 650 ଲୋକଙ୍କୁ ସାନିଟାଇଜ କରିପାରିଥାଏ। ସେହିପରି ଡିଆରଡିଓର ହାଇଦ୍ରାବାଦ ଏବଂ ଚଣ୍ଡୀଗଡ ସେଣ୍ଟର ମିଶି ଫୁଲ ଫେଶ ମାସ୍କ ପ୍ରସ୍ତୁତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.