ଗବେଷକ କହିଲେ, କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ହେଲେ ଭାରତରେ ଦରକାର ୪୯ ଦିନର ଲକ୍‌ଡାଉନ୍‌

କରୋନା ଭାଇରସ୍‌କୁ ସମ୍ପୂର୍ଣ୍ଣ ରୋକିବାକୁ ହେଲେ ଭାରତରେ ଆହୁରି ୪୯ ଦିନର ଲକ୍‌ଡାଉନ୍‌ ଦରକାର ବୋଲି ଗବେଷକମାନେ କହିଛନ୍ତି । କାମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ପ୍ରୟୋଗାତ୍ମକ ଗଣିତ ଓ ସିଦ୍ଧାନ୍ତମୂଳକ ପଦାର୍ଥ ବିଜ୍ଞାନ ବିଭାଗର ଗବେଶକ ଆର୍‌ ଅଧିକାରୀ ଓ ରାଜେଶ ସିଂହ ଏକ ଗବେଶଣାରୁ ଏହା କହିଛନ୍ତି ଯେ ୨୧ ଦିନର ଲକ୍‌ଡାଉନ୍‌ କରୋନା ଭାଇରସ୍‌ ରୋକିବାକୁ ସମର୍ଥ ନୁହେଁ ।

ଭାରତରେ କରୋନାକୁ ସମ୍ପୂର୍ଣ୍ଣ ରୋକିବାକୁ ହେଲେ ୪୯ ଦିନର ଲକ୍‌ଡାଉନ୍‌ର ଆବଶ୍ୟକତା ରହିଛି । ଗବେଷଣା ମୁଖ୍ୟତଃ ଲକ୍‌ଡାଉନ୍‌ର ତର୍ଜମା ଆଧାରରେ କରାଯାଇଛି ।

ମାର୍ଚ୍ଚ ୨୫ରେ ୨୧ ଦିନର ଲକ୍‌ଡାଉନ୍‌ କରାଯିବା ଦ୍ୱାରା ସମସ୍ତ ସାମାଜିକ ଯୋଗାଯୋଗ ବନ୍ଦ ହେବା ସହ ସମସ୍ତେ ନିଜ ଘର ଭିତରେ ବନ୍ଦି ହୋଇ ରହିଛନ୍ତି । ଏଥିରେ ଯଦିଓ ସଂକ୍ରମିତଙ୍କ ହାର କମିଛି ତେବେ ରୋଗ ବୃଦ୍ଧିକାରୀଙ୍କ ସଂଖ୍ୟା କମିନାହିଁ । ଏଥିରେ ରୋଗୀଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନାକୁ ମଧ୍ୟ ବଢ଼ାଇଛି ।

ସେହିପରି ଗବେଶକମାନେ ଦ୍ୱିତୀୟ ଦଫାରେ ପୁଣି ୨୮ ଦିନର ଲକ୍‌ଡାଉନ୍‌ ନେଇଛନ୍ତି । ଗବେଷକ ଏଥିରୁ ମଧ୍ୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାର ଦେଖି ନାହାଁନ୍ତି ।

ତୃତୀୟ ଦଫାରେ ପୁଣି ୧୮ ଦିନର ଲକ୍‌ଡାଉନ୍‌ ନେଇଛନ୍ତି । ଏଥିରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୦ରୁ କମ୍‌ ଥିବା ଦେଖାଯାଇଛି ବୋଲି ଗବେଷକ ଶ୍ରୀ ସିଂହ ଓ ଅଧିକାରୀ ପ୍ରକାଶ କରିଛନ୍ତି ।
ତେବେ ଏହି ୩ଟି ଲକ୍‌ଡାଉନ୍‌ ମଧ୍ୟରେ ଗବେଶକମାନେ ୫ ଦିନ ଲେଖାଏଁ କୋହଳ ଦେଇଛନ୍ତି ।

ସମ୍ପୂର୍ଣ୍ଣ ୪୯ ଦିନର ଲକ୍‌ଡାଉନ୍‌ ପରେ ରୋଗୀ ସଂଖ୍ୟା ୧୦ ତଳେ ଥିବା ଏହି ଗବେଷଣାରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.