ବ୍ୟବହାର କରନ୍ତୁ ସଜନା ଛୁଇଁ ହେୟାର ପ୍ୟାକ, ଦୁଇ ଗୁଣା ବେଗରେ ବଢ଼ିବାକୁ ଲାଗିବ କେଶ

ସ୍ୱାସ୍ଥ୍ୟ ପାଇଁ ସଜନା ଛୁଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏହା ସ୍ୱାସ୍ଥ୍ୟ ସହିତ କେଶ ପାଇଁ ମଧ୍ୟ ବେଶ ଫଳପ୍ରଦ ହୋଇଥାଏ। ସଜନା ଛୁଇଁରେ Pterygospermin ରହିଛି, ଯାହାକି ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଫଙ୍ଗଲ ରୂପେ କାମ କରିଥାଏ। ଏହା ରୂପି, ମୁଣ୍ଡ କୁଣ୍ଡେଇ ହେବା, ସୋରିୟାସିସ, ଏକଜିମା ଓ ବ୍ୟାକ୍ଟେରିଆ ସଂକ୍ରମଣକୁ ରୋକିଥାଏ।
୧. ସଜନା ଛୁଇଁରେ ଓମେଗା ୩ ଭରପୂର ମାତ୍ରାରେ ମିଳିଥାଏ। ଏହା କେଶର ବିକାଶ ପାଇଁ ବହୁତ ଜରୁରୀ ହୋଇଥାଏ। ଏହା କେଶର ଛିଦ୍ରକୁ କମ କରି ଦେଇଥାଏ, ଯଦ୍ଦ୍ୱାରା କେଶକୁ ପୋଷଣ ମିଳି ପାରିଥାଏ।
୨. ସଜନା ଛୁଇଁରେ ଜିଙ୍କ, ଭିଟାମିନ ଏ ଓ ଆଇରନ ଭରପୂର ମାତ୍ରାରେ ରହିଛି। ଏହା ମଧ୍ୟ କେଶର ବିକାଶ ପାଇଁ ଜରୁରୀ ହୋଇଥାଏ। ଜିଙ୍କ ମୁଣ୍ଡରେ ତୈଳ ଗ୍ରନ୍ଥିକୁ ସୁସ୍ଥ ଏବଂ ପୋଷିତ ରଖିଥାଏ।
ସଜନା ଛୁଇଁକୁ କେଶରେ ଏମିତି କରନ୍ତୁ ବ୍ୟବହାର
୧. ସଜନା ଛୁଇଁ ପାଉଡରକୁ ଦହି, ଗୋଲାପ ଜଳ ଓ ଚାଉଳ ପାଣି ସହିତ ମିଶାଇ ହେୟାର ପ୍ୟାକ ପ୍ରସ୍ତୁତ କରନ୍ତୁ।
୨. ସଜନା ପତ୍ରକୁ ପାଣିରେ ସିଝାଇ ସ୍ପ୍ରେ ଭଳି ବ୍ୟବହାର କଲେ ସେତିକି ଲାଭ ମିଳିଥାଏ। ଏହା ଏକପ୍ରକାରର ହେୟାର ଟୋନର ଭାବେ କାମ କରିଥାଏ।
୩. ସଜନା ପତ୍ର କିମ୍ବା ଛୁଇଁରେ ନଡ଼ିଆ ତେଲ, ଜୋଜୋବା ତେଲ ନଚେତ ଅରଣ୍ଡୀ ତେଲ ମିଶାଇ କେଶରେ ମାଲିସ କରାଯାଇ ପାରିବ।