ବନ୍ଧୁକ ମୁନରେ ଘରେ ପଶିଲେ ଦୁର୍ବୃତ୍ତ, ପାକିସ୍ତାନର ଏହି ଲୋକପ୍ରିୟ ଅଭିନେତ୍ରୀ ମୀରାଙ୍କ ମାଆଙ୍କୁ କରିନେଲେ ଅପହରଣ, ଜାଣନ୍ତୁ ପୂରା ମାମଲା

ଭାରତରେ ନିଜର ମଜାଳିଆ ସୋସିଆଲ ମିଡିଆ ଭିଡ଼ିଓ ଯୋଗୁ ଚର୍ଚ୍ଚାରେ ଥିବା ପାକିସ୍ତାନୀ ଅଭିନେତ୍ରୀ ମୀରା ବର୍ତ୍ତମାନ ଚିନ୍ତାଗ୍ରସ୍ତ ଅବସ୍ଥାରେ ଅଛନ୍ତି। ମୀରା ଅଭିଯୋଗ ଆଣିଛନ୍ତି କି, ଲାହୋରସ୍ଥିତ ତାଙ୍କ ଘର ଉପରେ ଦିନବେଳା ଆକ୍ରମଣ ହୋଇଛି, ଯେଉଁଥିରେ କିଛି ବନ୍ଧୁକଧାରୀ ଦୁର୍ବୃତ୍ତ ତାଙ୍କ ମାଆଙ୍କୁ ଅପହରଣ କରି ନେଇଛନ୍ତି।

ପାକିସ୍ତାନୀ ଖବରକାଗଜରେ ପ୍ରକାଶିତ ଖବର ଅନୁସାରେ, ଏ ନେଇ ମୀରା କ୍ୟାପିଟାଲ ସିଟି ପୋଲିସ ଅଫିସରେ ଅଭିଯୋଗ କରିବା ସହ ପାକିସ୍ତାନ ସରକାରଙ୍କୁ ମଧ୍ୟ ସାହାଯ୍ୟ ନିବେଦନ କରିଛନ୍ତି। ଅଭିନେତ୍ରୀ ଜଣକ ନିଜ ପାଇଁ ଏବଂ ନିଜର ପୂରା ପରିବାର ପାଇଁ ସୁରକ୍ଷା ଉପଲବ୍ଧ କରାଇବାକୁ ଦାବି କରିଛନ୍ତି।

ଅଭିଯୋଗ ପତ୍ରରେ ଅଭିନେତ୍ରୀ ଉଲ୍ଲେଖ କରିଛନ୍ତି କି, ‘ସମାଜର କିଛି ଭୂମି ମାଫିଆ ଆମ ସମ୍ପତ୍ତି ଉପରେ କବ୍ଜା କରିବାକୁ ଚାହୁଁଛନ୍ତି। ଆମେ ଲଗାତାର ସେମାନଙ୍କୁ ବିରୋଧ କରି ଆସୁଛୁ। ଏଥିପାଇଁ ଆମକୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ମିଳୁଛି। ସେମାନଙ୍କ ସାହସ ଏତେ ବଢ଼ି ଯାଇଛି କି, ସେମାନେ ଆମ ଘର ଭିତରେ ବି ପଶିଗଲେ’।

ସେ କହିଛନ୍ତି କି, ‘ମୋତେ ହଇରାଣ କରୁଥିବା ବ୍ୟକ୍ତିର ନାମ ମିଆଁ ଶାହିଦ ମହମୁଦ। ସେ ମୋ ସମ୍ପତ୍ତି ହାତେଇବାକୁ ଚାହୁଁଛି। ସେ ମୋ ମାଆକୁ ବି ଅପହରଣ କରି ନେଇଛି’।

ସେପଟେ ମିଆଁ ଶାହିଦ ମହମୁଦ ନିଜ ପକ୍ଷ ରଖି କହିଛନ୍ତି କି, ‘ମୁଁ ଏହି ପୂରା ସମ୍ପତ୍ତିକୁ ମୀରାଙ୍କ ମାଆଙ୍କଠାରୁ କିଣିଛି, ଯେଉଁଠି ମୁଁ ଏହାର ପୂରା ପଇସା ବି ତାଙ୍କୁ ଦେଇ ଦେଇଛି। କିନ୍ତୁ ଯେତେବେଳେ ମୁଁ ସମ୍ପତ୍ତିର କାଗଜପତ୍ର ମାଗିଲି, ତ ସେ ମୋତେ ଏହା ଦେଲେ ନାହିଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.