ବାରମ୍ବାର ୟୁରିନ ଇନଫେକ୍ସନ ହେଉଥିଲେ ଆଦୌ ବ୍ୟସ୍ତ ହୁଅନ୍ତୁନି, ଆପଣାନ୍ତୁ ଏସବୁ ଘରୋଇ ଉପାୟ

UTI ବା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ମହିଳାଙ୍କ ଠାରେ ଦେଖା ଯାଉଥିବା ଏକ ଗମ୍ଭୀର ସମସ୍ୟା। ଏହି ସମସ୍ୟା ଦେଖା ଦେଲେ ମହିଳାଙ୍କର ପରିସ୍ରାଜନିତ ଅସୁବିଧା ଉପୁଜେ। UTI ଥିବା ମହିଳାଙ୍କ ଠାରେ ପରିସ୍ରା ପୋଡ଼ା, ପରିସ୍ରା କରିବା ବେଳେ ପ୍ରବଳ ଯନ୍ତ୍ରଣା ହେବା, ତଳି ପେଟ କାମୁଡ଼ିବା, ପ୍ରବଳ କମ୍ପ ଆସିବା, ଜ୍ୱର ଆସିବା ଭଳି ସମସ୍ୟା ଦେଖାଯାଏ। ଏହି ସମସ୍ୟା ଅଧିକ ଦିନ ଲାଗି ରହିଲେ ଇନଫେକସନ କିଡନୀ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିବା ଆଶଙ୍କା ରହିଛି। ତେଣୁ ଲକ୍ଷଣ ଦେଖିବା ମାତ୍ରେ ହିଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ତେବେ UTI ସମସ୍ୟା ଦେଖା ଦେଉଥିଲେ ଆପଣ କେତେକ ଘରୋଇ ଉପାୟ ଆପଣାଇ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ। ଆସନ୍ତୁ ଜାଣିବା କଣ ସେହି ଉପାୟ …

ପ୍ରଚୁର ପାଣି ପିଅନ୍ତୁ :

ପରିସ୍ରାଜନିତ ସବୁ ସମସ୍ୟାର ସମାଧାନ ହେଉଛି ପାଣି। ଆପଣ ଯେତେ ଅଧିକ ପାଣି ପିଇବେ ପରିସ୍ରା ଜନିତ ଅସୁବିଧା ସେତେ ଜଲଦି ଭଲ ହେବ। UTI ସମସ୍ୟା ଥିଲେ ଆପଣ ପ୍ରଚୁର ପାଣି ପିଅନ୍ତୁ। ଏହି ସମସ୍ୟା ଥିଲେ ଦିନକୁ ୮ ଗ୍ଲାସ ଜାଗାରେ ୧୨ ଗ୍ଲାସ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି।

ପଇଡ଼ ପାଣି ପିଅନ୍ତୁ:

ପଇଡ଼ ପାଣି ପିଇବା ଦ୍ୱାରା ମଧ୍ୟ ମୂତ୍ର ସଂକ୍ରମଣ କମିଥାଏ। ପ୍ରଚୁର ପରିମାଣରେ ପଇଡ଼ ପାଣି ପିଇଲେ ପରିସ୍ରା ନଳୀ ପରିଷ୍କାର ହୁଏ। ଫଳରେ ସଂକ୍ରମଣ ଶୀଘ୍ର କମେ।

ଲେମ୍ବୁ ପାଣି ପିଅନ୍ତୁ:

UTI ସମସ୍ୟାରୁ ମୁକ୍ତି ପାଇଁ ଆପଣ ଲେମ୍ବୁ ପାଣି ପିଇପାରିବେ। ଏଥିରେ ଏସିଡ ରହିଛି ଯାହା ପେଟର। ସଂକ୍ରମଣକୁ କମାଇବାରେ ସାହାଯ୍ୟ କରେ। ଏଥିସହ ପେଟକୁ ଥଣ୍ଡା ରଖେ। ଶରୀରର ବର୍ଜ୍ୟବସ୍ତୁକୁ ନିଷ୍କାସନ କରିବାରେ ଏହା ସାହାଯ୍ୟ କରେ।

ଅଁଳା ରସ ସେବନ କରନ୍ତୁ:

UTI ରେ ପୀଡ଼ିତ ବ୍ୟକ୍ତି ଅଁଳା, ବେଲ, କାକୁଡ଼ି ଆଦିର ରସ ପିଇବା ଉଚିତ। ଏହି ପାନୀୟରେ ଭିଟାମିନ, ମିନେରାଲ, ଇଲେକ୍ଟ୍ରୋଲାଇଟସ ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଥାଏ।। ତେବେ ଧ୍ୟାନ ରଖିବେ UTI ପୀଡ଼ିତ ବ୍ୟକ୍ତି ସନ୍ଧ୍ୟା ପୂର୍ବରୁ ଯେମିତି ଏହାକୁ ସେବନ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.