Below header

ଏସବୁ ବସ୍ତୁ ଘରର ଦକ୍ଷଣ ଦିଗରେ ରଖନ୍ତୁ ନାହିଁ !

ଘର ତିଆରି କରୁଥିବା ସମୟରେ ବାସ୍ତୁ ପ୍ରତି ଧ୍ୟନ ଦେବାକୁ ଭୁଲନ୍ତୁ ନାହିଁ । ଆମେ ଯେଉଁ ସ୍ଥାନରେ ଜିନିଷ ରଖୁଛେ ଏହାର ସିଧାସଳଖ ପ୍ରଭାବ ଆମ ଉପରେ ହିଁ ପଡିଥାଏ । ବାସ୍ତୁ ଶାସ୍ତ୍ରରେ ସବୁଠାରୁ ଅଶୁଭ ଦକ୍ଷିଣ ଦିଗକୁ ହିଁ ମାନିଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ ଜଣାଇବା ଯାହାକୁ ଦକ୍ଷିଣ ଦିଗରେ ରଖିବାର ଭୁଲ୍ ବିଲକୁଲବି କରିବେ ନାହିଁ । ଏହା କରିବା ଦ୍ବାରା ଘର ଲୋକଙ୍କ ସମସ୍ୟା ଦୂର ହୋଇଥାଏ ।

ଆସନ୍ତୁ ଜାଣିବା ଏହି ସବୁ ଜିନିଷ ବିଷୟରେ :

• ଘରର ଦକ୍ଷିଣ ଦିଗରେ କେବେବି ଘଣ୍ଟା ଲଗାନ୍ତୁ ନାହିଁ । କାହିଁକି ନା ଏହାକୁ କାଳର ଦିଗ ବୋଲି ମନନ୍ତି । କୁହନ୍ତି ଯେଉଁ ଘରେ ଦକ୍ଷିଣ ଦିଗରେ ଘଣ୍ଟା ଲଗାଯାଏ ସେହି ଘରର ମୁଖିଆଙ୍କର ବିଭିନ୍ନ ରୋଗ ଲାଗି ରହିଥାଏ ଏବଂ ଆୟୂ ମଧ୍ୟ କମ୍ ହୋଇଥାଏ ।

• ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗରେ ଫ୍ରିଜ୍ ରଖନ୍ତୁ ନାହିଁ । କାହିଁକି ନା ଦକ୍ଷିଣ ଦିଗ ଅଗ୍ନି ତତ୍ବର ପ୍ରତିନିଧୀତ୍ବ କରିଥାଏ । ଫ୍ରିଜ୍ ରଖିବାର ସବୁଠାରୁ ଠିକ୍ ସ୍ଥନ ହେଉଛି ପଶ୍ଚିମ କୋଣ ।

• କେବେ ବି ଘରର ଦକ୍ଷିଣ ଦିଗରେ ସେହି ସବୁ ଜିନିସ ରଖନ୍ତୁ ନାହିଁ ଯେଉଁ ଠାରେ ଆପଣ ଟଙ୍କା ରଖିଥାନ୍ତି ଯଥା: ଆଲମାରୀ ଏବଂ ଟିଜୋରୀ । ଏହା କରିବା ଦ୍ବାରା ଧନ କେବେ ବି ଆଫଣଙ୍କ ପାଖରେ କେବେ ବି ରହି ନଥାଏ । ଆପଣ ଯେତେ ବି ଟଙ୍କା ରୋଜଗାର କରନ୍ତୁ ନା କାହିଁକି ସବୁବେଳେ ଟଙ୍କର ଅଭାବ ଦେଖାଯାଇଥାଏ ।

• ଯେଉଁ ଭଳି ଦକ୍ଷିଣ ଦିଗରେ କିଛି ଜିନିଷକୁ ରଖିବା ଭଲ ହୋଇ ନଥାଏ ବୋଲି ଆମେ ମାନୁଛେ ସେହି ଭଳି ଦକ୍ଷିଣ ଦିଗରେ କିଛି ଜିନିଷ ରଖିବା ପାଇଁ କୁହାଯାଇଛି । ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗରେ ଆକୋରିୟମ୍ ରଖିବା ଦ୍ବାରା ଘରେ କେବେ ବି ପଇସାର ଅଭାବ ଦେଖା ଦେଇ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.