Below header

ସମ୍ବଲପୁରରେ ବର୍ଷା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ବର୍ଷା କ୍ଷୟକ୍ଷତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ବୌଦ୍ଧ୍ ଯାଇଥିଲେ। ବୌଦ୍ଧ୍ ଜିଲ୍ଲା ମନମୁଣ୍ଡାର ଦେଉଳିଠାରେ ତେଲ୍ ନଦୀ କୂଳରେ ଗ୍ରୀନ ମହାନଦୀ ମିଶନରେ ବୃକ୍ଷରୋପଣ କାର୍ୟ୍ୟକ୍ରମର ଉଦଘାଟନ କରିଛନ୍ତି ନବୀନ। ପ୍ରଥମ ଦିନରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ହଜାର ଚାରା ଲଗାଯାଇଛି। ଏହାପରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ବନବିଭାଗ ପକ୍ଷରୁ ମହାନଦୀ କୂଳରେ ସବୁଜ ମହାନଦୀ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ପଦଯାତ୍ରା ଓ ରଥର ଶୁଭାରମ୍ଭ ହୋଇଛି। ସବୁଜ ମହାନଦୀର ଲୋଗୋକୁ ଉନ୍ମୋଚନ କରିବା ସହ ମହାନଦୀର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି ନବୀନ। ଏଥିସହ ରୟାଲ ପଡ଼ିଆରେ ୩ଶହ କୋଟି ଟଙ୍କାରେ ୨୩ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସାଧାରଣ ସଭାରେ ଯୋଗଦେଇ ବେଶ୍ ଖୁସିଥିବା କହିଛନ୍ତି। ଏହି କାର୍ୟ୍ୟକ୍ରମରେ ବାଚସ୍ପତି ପ୍ରଦୀପ ଅମାତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ କଳିକେଶ ସିଂହଦେଓ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କ଼ଡ଼ାକଡ଼ି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.