ଲଗାଣ ବର୍ଷାରେ ଫୁଲୁଛି ମହାନଦୀ

କଟକ : ଲଗାଣ ବର୍ଷାରେ ଫୁଲୁଛି ମହାନଦୀ। କଟକ ମୁଣ୍ଡୁଳିଠାର ମହାନଦୀରେ ପ୍ରବାହିତ ହେଉଛି ୪ଲକ୍ଷ ୯୮ହଜାର ୩୪୪ କ୍ୟୁସେକ୍ ଜଳ। ସେହିପରି ନରାଜଠାରେ ୩ ଲକ୍ଷ ୨୬ ହଜାର ୬୪୪ କ୍ୟୁସେକ୍ ଜଳ ଏବେ ପ୍ରବାହିତ ହେଉଛି। ହୀରାକୁଦରୁ ବନ୍ୟା ଜଳ ଆଜି ଛଡ଼ାଯିବା ପରେ କଟକକୁ ଆସିବା ପାଇଁ ୩୬ ଘଣ୍ଟା ଲାଗିବ। ଏହାକୁ ଦୃଷ୍ଟିରେ ରଖି ମହାନଦୀ ଅବବାହିକା ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀକୁ ଆଲର୍ଟ କରାଯାଇଛି।

mahanadiନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ମହାନଦୀ ଫୁଲିବାରୁ କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କିର ଦୁଇଟି ପଞ୍ଚାୟର ୧୫ରୁ ଅଧିକ ଗାଁକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି। ଗତକାଲି ବର୍ଷା ଓ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.