ଅନୁଗୁଳରେ ଟ୍ରକରୁ ଲୁଟ୍ ପଡ଼ିଲା ମହଙ୍ଗା, ନିର୍ଧୂମ ଛେଚିଲେ ଉତ୍ୟକ୍ତ ଲୋକେ

ଅନୁଗୁଳ: ଚୋରକୁ ପାନେ। ଉତ୍ତମ ମଧ୍ୟମ ଦେଲେ ଲୋକ। ଜଣେ ଟ୍ରକ୍ ଡ୍ରାଇଭରଙ୍କ ନିକଟରୁ ଲୁଟପାଟ ଉଦ୍ୟମ ଅଭିଯୋଗରେ ନିର୍ଧୂମ ଛେଚା ଖାଇଲା ଚୋର। ଏଭଳି ଘଟଣା ଘଟିଛି ଅନୁଗୁଳରେ। ଆରଟିଓ ଅଫିସ ପାଖରୁ ଏକ ଟ୍ରକରୁ ୧୯ ହଜାର ଟଙ୍କା ଧରି ଛୁ ମାରିବା ବେଳେ ଜଣେ ଦୁର୍ବୃତ୍ତ ଧରା ପଡ଼ିଥିଲା। ସ୍ଥାନୀୟ ଲୋକ ତାକୁ ନିସ୍ତୁକ ପିଟିଥିଲେ। ପରେ ପୋଲିସରେ ଜିମା ଦେଇଥିଲେ। ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟମାନେ ଫେରାର୍ ହୋଇଯାଇଥିବା ବେଳେ ତଦନ୍ତ ଚଳାଇଛି ପୋଲିସ।