Below header

ବାସ୍ତୁ ଟିପ୍ସ : ଘରର ଏହି ଦିଗ ହୋଇଥାଏ ଉତ୍ତମ, ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହି ଦିଗରେ ରଖନ୍ତୁ ଖାସ ଜିନିଷ

ସବୁ ଲୋକଙ୍କୁ ଧନର ଆବଶ୍ୟକତା ରହିଛି । ପରିବାରକୁ ଭଲ ଓ ସୁଖରେ ରଖିବାକୁ ସମସ୍ତେ ଚାହାଁନ୍ତି । ସେଥିପାଇଁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡେ । ହେଲେ ବେଳେ ବେଳେ ଦେଖାଯାଏ ଯେ ପରିଶ୍ରମ କରି ମଧ୍ୟ ଘରେ ଧନର ଅଭାବ ସର୍ବଦା ଲାଗି ରହିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏପରି କିଛି ବାସ୍ତୁ ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ଘରେ କେବେ ବି ଧନର ଅଭାବ ହେବ ନାହିଁ ।

ଆର୍ଥିକ କାର୍ଯ୍ୟ ପାଇଁ ଏହି ଦିଗକୁ ଉତ୍ତମ ମନାଯାଇଥାଏ । କୁହାଯାଏ ଏହି ଦିଗକୁ ସଫା ସୁତର ରଖିବା ସହ ଏହି ଦିଗରେ କୌଣସି ଭାରି ଜିନିଷ ରଖିବା ଉଚିତ ନୁହେଁ । ଏହି ଦିଗ ଯେତେ ଖାଲି ରହିବ ଘରେ ସେତେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ଏହି ଦିଗରେ ବେଡ ରୁମ ଓ ପ୍ରବେଶ ଦ୍ୱାର

ବାସ୍ତୁ ଅନୁସାରେ ଘରର ପ୍ରବେଶ ଦ୍ୱାର ଓ ବେଡ ରୁମ୍‌ ଉତ୍ତର ଦିଗରେ ହେବା ଦରକାର । ଏମିତି କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବଢ଼ିଥାଏ । ସେହିପରି ଘରର ଉତ୍ତର ଦିଗରେ ଆଇନା ଲଗାଇବା ଶୁଭ ହୋଇଥାଏ । ଏହା ସହ ଏହି ଦିଗରେ ମନି ପ୍ଲାଣ୍ଟ ମଧ୍ୟ ଲଗାଇବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । କୁହାଯାଏ ଏହି ଦିଗରେ କୁବେର ଭଗବାନଙ୍କ ପ୍ରତିମା ଲଗାଇବା ଉଚିତ୍‌ । ଏହାଦ୍ୱାରା ଚାକିରୀ ମିଳିଥାଏ ଓ କ୍ୟାରିଅରରେ ଉନ୍ନତି ଆସିଥାଏ ।

ଉତ୍ତର ଦିଗରେ ରୋଷେଇ ଘର

ବାସ୍ତୁ ଅନୁସାରେ ଘରର ଉତ୍ତର ଦିଗରେ ରୋଷେଇ ଘର ରହିଲେ ଅନ୍ନ ଭଣ୍ଡାର ସର୍ବଦା ଭରପୁର ରହିଥାଏ । କେବେ ବି ଆର୍ଥିକ ଅଭାବ ପଡ଼ିନଥାଏ । ଯଦି ଘରେ ସର୍ବଦା କଳହ ମାହୋଲ ଲାଗି ରହିଥାଏ ତେବେ ଉତ୍ତର ଦିଗରେ ତୁଳସୀ ଗଛ ଲଗାଇଲେ ଏଥିରୁ ମୁକ୍ତି ମିଳିଥାଏ । ଘରର ଉତ୍ତର ଦିଗ ସର୍ବଦା ନୀଳ ରଂଗର ପେଣ୍ଟ ଲଗାଇବା ଉଚିତ୍‌ । ଏହାଦ୍ୱାରା ଆର୍ଥିକ ଲାଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.